www.samajalive.in
Saturday, December 6, 2025
14.1 C
Bhubaneswar

ସ୍କର୍ପିଓ ଭିତରୁ ଗୋରୁ ଉଦ୍ଧାର,ଗାଡି ଛାଡି ଦୁର୍ବୃତ୍ତ ଫେରାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣି ନିକଟରୁ ଗୋଟିଏ ସ୍କର୍ପିଓ ଭିତରୁ ୩ ଗୋରୁ ଉଦ୍ଧାର ହୋଇଛି । ଆଜି ଭୋରରୁ ଧାନବେଣି ନିକଟରେ ସ୍କର୍ପିଓଟିର ଟାୟାର ପଙ୍କଚର ହୋଇ ଯାଇଥିବାରୁ ଗାଡିଟି ସେଠାରେ ଟାୟାର ବଦଳ କରିବା ପାଇଁ ଛିଡା ହୋଇଥିଲା। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯିବାରୁ ଗାଡି ଛାଡି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି । ସ୍କର୍ପିଓ ଭିତରେ ୩ ଗୋରୁ ଅତି ଦୟନୀୟ ଅବସ୍ଥାରେ ଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବରୁ ବିଭିନ୍ନ ସ୍ଥାନରୁ ଗୋରୁ ଚୋରି ହୋଇଥିବାରୁ ଆଖପାଖର ବହୁ ଲୋକ ଘଟଣାସ୍ଥଳରେ ଏକାଠି ହୋଇ ଯାଇଥିଲେ। ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସ୍କର୍ପିଓ ଓ ୩ ଟି ଗୋରୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories