ଶ୍ରୀକୃଷ୍ଣ ଜନ୍ମୋତ୍ସବ ଭଜନ ସମାରୋହ

ସାକ୍ଷୀଗୋପାଳ : ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ସେବାୟତ ସଙ୍ଘ, ସାକ୍ଷୀଗୋପାଳ ତରଫରୁ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ-୨୦୨୩ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ବିଧାୟକ ଶ୍ରୀସାମନ୍ତରାୟ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ। ସେବାୟତ ସଙ୍ଘ ସଭାପତି ଶ୍ରୀବତ୍ସ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀସାମନ୍ତରାୟ, ସମ୍ମାନିତ ଅତିଥି ରୂପେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଜୀବନ ବିନ୍ଦୁ ସଂଯୋଜକ ଷ୍ଟାଲିନ ପରିଜା, ସମାଜସେବୀ ଧୀରେନ୍ଦ୍ର କୁମାର ଜେନା ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ବିଧାୟକ ଶ୍ରୀସାମନ୍ତରାୟ କହିଥିଲେ, ଆସନ୍ତା ଏକ ସପ୍ତାହ ମଧ୍ୟରେ ମନ୍ଦିର  ଉନ୍ନୟନ କାର୍ଯ୍ୟକ୍ରମ, ଚନ୍ଦନ ପୁଷ୍କରିଣୀ ସୌନ୍ଦର୍ଯ୍ୟ କରଣ, ସାକ୍ଷୀଗୋପାଳ ବଜାର ରାସ୍ତା ପ୍ରଶସ୍ତିକରଣ, ଆରମ୍ଭ କରାଯିବ। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ନିମନ୍ତେ ୫ କୋଟି ଟଙ୍କା ଅନୁଦାନ ଆସିଅଛି। ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ବସଷ୍ଟାଣ୍ଡ ନିମନ୍ତେ ୩୦ କୋଟି ଅନୁଦାନ ଆସିଅଛି। ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଇସିୟୁ ଖୋଲାଯିବ। ସତ୍ୟବାଦୀ ଓ କଣାସ ବ୍ଲକରେ ୯୦ କିଲୋମିଟର ନୂତନ ରାସ୍ତା ନିର୍ମାଣ କରାଯିବ। କାଦୁଆ ଗାନ୍ଧୀ ଆଶ୍ରମର ବିକାଶ କରାଯିବ।  ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ବ୍ୟବସାୟୀ ମାନଙ୍କୁ ଆବଶ୍ୟକ ସହାୟତା ଓ ଥଇଥାନ କରାଯିବ। ଆସନ୍ତା ଏପ୍ରିଲ ମାସ ଠାରୁ ସମସ୍ତ କାର୍ଯ୍ୟ ଆରମ୍ଭ ହେବ। ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ଉନ୍ନୟନ ଓ ଓଡ଼ିଆ ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇଥିଲେ। ଅଁଳା ନବମୀ ନିମନ୍ତେ ୫ ଲକ୍ଷ, ରାଧାଷ୍ଟମୀ ନିମନ୍ତେ ୨ ଲକ୍ଷ ଓ ଜନ୍ମାଷ୍ଟମୀ ନିମନ୍ତେ୨ ଲକ୍ଷ ଟଙ୍କା ଅନୁଦାନ ସଂସ୍କୃତି ବିଭାଗ ତରଫରୁ ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀସାମନ୍ତରାୟ ଘୋଷଣା କରିଥିଲେ।
prayash
 ସେବାୟତ ସଙ୍ଘ ସମ୍ପାଦକ ବିଜୟ କୁମାର ନନ୍ଦ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସେବାୟତ ଓ ମନ୍ଦିରର ସମସ୍ୟା ସମ୍ପର୍କରେ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଇନଜୀବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ରାଜସ୍ବ ନିରୀକ୍ଷକ ଶ୍ୟାମ ସୁନ୍ଦର ପୂର୍ତ୍ତି, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ଓଡିଶାର ପ୍ରତିଷ୍ଠିତ କଳାକାର ମାନେ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ  ଦେବୀଦତ୍ତା ମହାପାତ୍ର, ଅଭିଷେକ ନନ୍ଦ, ନିବେଦିତା ମହାପାତ୍ର, ପିୟୁଷ ନନ୍ଦ, ନବ କିଶୋର ମହାପାତ୍ର, ସରସ୍ବତୀ ଶିଶୁ ମନ୍ଦିର,ସାକ୍ଷୀଗୋପାଳର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ଓ ଶୁଭ୍ରଜିତ ସାହୁ  ଶତପଥୀ କାଶୀନାଥ ଭୋଇଙ୍କୁ ଅତିଥି ମାନେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Comments are closed.