ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ

ସିଦ୍ଧ ବିନାୟକ ଶିଶୁମନ୍ଦିର
prayash
ପାଟଣା : ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ  ହୋଇଯାଇଛି । ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ କେତାଙ୍ଗ ସ୍ଥିତ ସିଦ୍ଧ ବିନାୟକ ଶିଶୁମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି। ଶତାଧିକ ଛାତ୍ରଛାତ୍ରୀ କୃଷ୍ଣ ଓ ରାଧା ବେଶ ପରିଧାନ କରି ଆସିଥିବା ବେଳେ କିଛି ଛାତ୍ର ଗୋପ ବାଳକ ବେଶରେ ଆସି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ।ଗୁରୁମା ମାନଙ୍କ ଦ୍ୱାରା ଏଠାରେ ବିଭିନ୍ନ ପ୍ରକାରର ରଙ୍ଗୀନ ମୁରୁଜରେ ରାଧାକୃଷ୍ଣ ଶୋଭା ପାଉଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ଶୁକଦେବ ମହାନ୍ତଙ୍କ ସଂଯୋଜନାରେ ଓ ପ୍ରଧାନ ଆଚାର୍ଯ୍ୟ ମଙ୍ଗୁଳୁ ଚରଣ ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବିଜୟ କୁମାର ଶତପଥୀ ଯୋଗ ଦେଇ କୃଷ୍ଣ ଜନ୍ମ ଓ କୃଷ୍ଣ ଲୀଳା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ। କୃଷ୍ଣ ବେଶ ପ୍ରତିଯୋଗିତାର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ମୋନାଲିସା ମହାନ୍ତ ଓ ଅନ୍ୟ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ମନୋମୁଗ୍ଧ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର

ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଶିକ୍ଷକ ତଥା ବିଶିଷ୍ଟ ପାଲା ଗାୟକ ତୁଳସୀ ମହାନ୍ତ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବର ଶୁଭ ଉଦ୍ଘାଟନ କରିବା ସହିତ ଜନ୍ମାଷ୍ଟମୀ ଉତ୍ସବ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ପାଲା ଗାୟକ ନିର୍ମଳ ଚନ୍ଦ୍ର ସାହୁ ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୁଳମଣି ସାହୁ, ସମ୍ପାଦକ ପ୍ରମୋଦ କୁମାର ସାହୁ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ମଞ୍ଚାସିନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ସଭା ଶେଷରେ ବିଦ୍ୟାଳୟର ଗୁରୁଜୀ ଭାସ୍କର ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମାନଙ୍କ ମଧ୍ୟରେ କୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତିତ୍ୱ ହାସଲ କରିଥିବା ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା ।
ଆବାସିକ ଶିଶୁ ବିଦ୍ୟାମନ୍ଦିର
କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ ସଅଁରାପଶି ଆବାସିକ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଆବାସିକ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟା କଳ୍ପନା ମହାନ୍ତଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଅଵସର ପ୍ରାପ୍ତ ବିଇଓ କବି ଭାରତ ଚନ୍ଦ୍ର ସାହୁ ଯୋଗଦାନ କରି ଜନ୍ମାଷ୍ଟମୀ ଉପରେ ଅଭିଭାଷଣ ରଖି ଥିଲେ। ସମ୍ମାନିତ ଅତିଥି ରୂପେ ବିଦ୍ୟା ମନ୍ଦିର ପ୍ରତିଷ୍ଠାତା ରଇଦାସ ମହାନ୍ତ,ସାମ୍ବାଦିକ ଚିରଞ୍ଜିବୀ ଦାଶ ଓ ବିଜୟ କୁମାର କାରୁଆ ଯୋଗ ଦେଇ ଶ୍ରୀକୃଷ୍ଣ ଭଗବାନ ଓ ମାମୁ କଂଶଙ୍କ କଥନ ଅଭିଭାଷଣ ରଖି ଥିଲେ । ଏଥି ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭଗବାନ କୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆବାସିକ ବିଦ୍ୟାମନ୍ଦିର ସହକାରୀ ଗୁରୁମା ରଞ୍ଜିତା ମହାନ୍ତ, ନନ୍ଦିନୀ ମହାନ୍ତ, ନମିତା ହେମ୍ବ୍ରମ, ବିଶ୍ୱ କଲ୍ୟାଣି ମହାନ୍ତ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Comments are closed.