www.samajalive.in
Monday, December 15, 2025
15.1 C
Bhubaneswar

ନିଶା ଦିଆ ଲୁଟେରାଙ୍କ ଟାର୍ଗେଟରେ ଯାତ୍ରୀ; ଥଣ୍ଡା ପାନୀୟ ଦେଇ ଟଙ୍କା ଓ ମୋବାଇଲ ଲୁଟ୍

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ମଙ୍ଗଳବାର ରାତିରେ ଜଣେ ଅଚିହ୍ନା ଲୋକ ଆସି ଥଣ୍ଡା ପାନୀୟରେ କିଛି ମିଶାଇ ପିଇବାକୁ ଦେଇ ଟଙ୍କା, ମୋବାଇଲ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଥଣ୍ଡା ପାନୀୟ ପିଇ ୩ ଜଣ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ମଧ୍ୟରୁ ଜଣେ ନିଖୋଜ ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୪ ତାରିଖ ଦିନ ସମ୍ବଲପୁର ବରାଇପାଲିରେ ଷ୍ଟାଫ୍‌ ସିଲେକ୍ସନ କମିଶନ ତରଫରୁ ଲିଖିତ ପରୀକ୍ଷା ଥିଲା। ସେଥିପାଇଁ ବେଳପଡା ଥାନା ଅଞ୍ଚଳର ରେଙ୍ଗାଲି ଗାଁର ବଳରାମ ମେହେର, ସୁବାଷ ମେହେର, ଥୁଡିବାହାଲ ଗାଁର ଆନନ୍ଦ ଭୋଇ, ପାଲେସିରା ଗାଁର ବଲବନ୍ତ କୁଅର ଓ ପଲ୍ଲୀମାଲ ଗାଁର ସୁଶୀଲ ମହାନନ୍ଦ ସମସ୍ତେ ମିଶି ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ସାରି ଗତକାଲି ରାତିରେ ଇସ୍ପାତ ଟ୍ରେନ ଯୋଗେ କଣ୍ଟାବାଞ୍ଜିକୁ ଆସିଥିଲେ। ଟ୍ରେନ ବିଳମ୍ବରେ କଣ୍ଟାବାଞ୍ଜିରେ ପହଞ୍ଚିବାରୁ ରାତିରେ ଷ୍ଟେସନ ପରିସରରେ ଥିବା ଦ୍ଵିତୀୟ ଶ୍ରେଣୀ ବିଶ୍ରାମ କକ୍ଷରେ ଶୋଇ ସକାଳୁ ନିଜ ନିଜ ଗାଁକୁ ଯିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ରାତିରେ ଜଣେ ଅଚିହ୍ନା ବ୍ୟକ୍ତି ଆସି ଏହି ଯୁବକମାନଙ୍କ ସହ ବାର୍ତ୍ତାଳାପ କରି ବନ୍ଧୁତା କରି ଥଣ୍ଡା ପାନୀୟ ପିଇବା ପାଇଁ ଅନୁରୋଧ କରିଥିଲା। ଏହାପରେ ଥଣ୍ଡା ପାନୀୟରେ କିଛି ମିଶାଇ ପିଇବାକୁ ଦେଇଥିଲା। ଚାରି ଜଣ ଥଣ୍ଡା ପାନୀୟ ପିଇଥିଲେ। ସେ ମଧ୍ୟରୁ ବଲବନ୍ତ କୁଅର ପିଇନଥିଲେ। କିଛି ସମୟ ପରେ ସମସ୍ତେ ଶୋଇପଡ଼ିଥିଲେ। ସକାଳୁ ଉଠିଲା ବେଳେକୁ ତିନି ଜଣ ବଳରାମ, ସୁବାଷ, ସୁଶୀଲ ଅଚେତ ଥିବା ଅବସ୍ଥାରେ ତାଙ୍କ ପାଖରୁ ଥିବା ପର୍ସ ଟଙ୍କା, ମୋବାଇଲ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଜି ସକାଳେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏମାନଙ୍କ ମଧ୍ୟରୁ ଅଧିକ ଗୁରୁତର ଥିବା ବଳରାମ ମେହେରଙ୍କୁ ୧୦୮ଆମ୍ବୁଲାଏନ୍ସ ଯୋଗେ ଅଧିକ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶକ୍ରମେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଡାକ୍ତରଖାନାରେ ଅନ୍ୟ ଦୁଇଜଣ ବଳବନ୍ତ ଓ ସୁଶୀଲ ସୁସ୍ଥ ହେବାପରେ ଡାକ୍ତରଖାନରୁ ଘରକୁ ଫେରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ତେବେ, ଆଜି ସକାଳୁ ଆନନ୍ଦ ଭୋଇ କୁଆଡେ ଫେରାର ମାରିଛନ୍ତି କି ତାଙ୍କ ଗାଁକୁ ଯାଇଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ। ରେଲୱେ ଷ୍ଟେସନ ପରିସରେ ବିଶ୍ରାମ ହଲରେ ଏଭଳି ଘଟଣା ଘଟିଥିବାରୁ ସର୍ବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଷ୍ଟେସନ ଭିତରେ କେମିତି ଏମିତି ଘଟଣା ଘଟିଲା ? କଣ୍ଟାବାଞ୍ଜି ପୁଲିସ ଓ ଜିଆରପି ପୁଲିସ ହସ୍ପିଟାଲକୁ ଆସି ତଦନ୍ତ କରୁଥିବା ବେଳେ ଷ୍ଟେସନ ପରିସରରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories