www.samajalive.in
Saturday, December 6, 2025
19.1 C
Bhubaneswar

ଜନ୍ମାଷ୍ଟମୀ ପାଇଁ କନ୍ଧମାଳରେ ବ୍ୟାପକ ବ୍ୟବସ୍ଥା

ଫୁଲବାଣୀ : ଗତ ୨୦୦୮ ମସିହା ପରେ କନ୍ଧମାଳ ଜିଲାରେ ବିଶେଷ କରି ଜନ୍ମାଷ୍ଟମୀକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ପୁଲିସ୍‌‌ ପ୍ରଶାସନ ପକ୍ଷରୁ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ ଥାନା ଅଞ୍ଚଳରେ ଏହି ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତୁମୁଡ଼ିବନ୍ଧ ଓ ଚକାପାଦ ଥାନା ଅଞ୍ଚଳରେ ପୁଲିସ୍‌‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ପୁଲିସ୍‌‌ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି। ବିଭିନ୍ନ ଥାନା ଅଞ୍ଚଳରେ ମଧ୍ୟ ପୁଲିସ୍‌‌ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିବାର ଦେଖାଯାଇଛି।
ବିଶେଷ କରି ତୁମୁଡ଼ିବନ୍ଧ , ଚକାପାଦ ସମତେ ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ଅଞ୍ଚଳରେ ଜନ୍ମାଷ୍ଟମୀ ପାଳନ କରାଯିବାକୁ ଥିବା ବେଳେ ଫିରିଙ୍ଗିଆ ଅଞ୍ଚଳରେ ଗତ ଦିନରେ ହୋଇ ଥିବା ସ୍ୱାମୀ ଲଖଣନନ୍ଦ ସରସ୍ବତୀଙ୍କ ହତ୍ୟା ପରେ ହୋଇ ଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ଏବଂ ଗତ ଅଗଷ୍ଟ ୫ ତାରିଖରେ ହୋଇ ଥିବା ଥାନା ପୋଡି ଘଟଣାରେ ଅଞ୍ଚଳରେ ଭୟର ବାତାବରଣ ଦେଖା ଯାଇଥିବା ଭଳି ପରିସ୍ଥିତିକୁ ନେଇ ଫିରିଙ୍ଗିଆ ଥାନା ତରଫରୁ ଗତକାଲି ସନ୍ଧ୍ୟା ୫ ଟା ୩୦ ରେ ଫିରିଙ୍ଗିଆ ପୁଲିସ୍‌‌ର ଫ୍ଲାଗ ମାର୍ଚ୍ଚ କରାଯାଇଛି। ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି ଫ୍ଲାଗ ମାର୍ଚ୍ଚ ଫିରିଙ୍ଗିଆ ଥାନାରୁ ବାହାରି ଇନ୍ଦିରା ଗାନ୍ଧୀ ଛକ ବଜାର ବ୍ଲକ ଛକ ପର୍ୟ୍ୟନ୍ତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁ ଏ ଏସ ଆଇ ତପନ କୁମାର ଦାଶ, ଏ ଏସ ଆଇ କୃଷ୍ଣ ଚନ୍ଦ୍ର ଗୌଡ଼, ଏ ଏସ ଆଇ ପ୍ରମୋଦ ପ୍ରଧାନଙ୍କ ସହ ଅନ୍ୟାନ୍ୟ ପୁଲିସ୍‌‌ କର୍ମଚାରୀ ଓ ଏକ ପ୍ଲାଟୁନ ଆଇ ଆର ବି ଯବାନ ସାମିଲ ଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories