ଗୁରୁଡିଝାଟିଆ : ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରର ପୂଜକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂଜକ କୁଟୀର ନିର୍ମାଣ ନିମନ୍ତେ ସୋମବାର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ତରାଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭୂମିପୂଜା କରିଥିଲେ । ରାଜ୍ୟ ସରକାର ଧବଳେଶ୍ୱର ପୀଠର ଉନ୍ନତି ପାଇଁ ୪୦କୋଟିରୁ ଅଧିକ ଟଙ୍କା ବିନିଯୋଗ କରୁଥିବା ବେଳେ ପୀଠର ସୁରକ୍ଷା ପାଇଁ ପଥର ସୁରକ୍ଷାବାଡ, ପର୍ଯ୍ୟଟକଙ୍କ ଆକୃଷ୍ଟ ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ ନର୍ମାଣ କରିଛନ୍ତି। ପୂଜକମାନଙ୍କ ପାଇଁ ପୂଜକ କୁଟୀର ନିର୍ମିତ ହେବା ନିମନ୍ତେ ୬କୋଟି ୨୫ଲକ୍ଷ ୬୦ହଜାର ଟଙ୍କା ବ୍ୟୟ ଅଟକଳ ରହିଛି ବୋଲି ଉପଜିଲ୍ଲାପାଳ ଶ୍ରୀ ତରାଇ କହିବା ସହିତ ୭୨ଟି କୁଟୀର ନିର୍ମାଣ ହେବ ଏଥିରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିବ। ଧବଳେଶ୍ୱରଙ୍କ ପାଖକୁ ଆସୁଥିବା ଶ୍ରଦ୍ଧାଳୁମାନେ ତଥା ଯଜମାନମାନେ ପୂଜକଙ୍କ ସହାୟତାରେ କୁଟୀରକୁ ବ୍ୟବହାର କରିପାରିବେ ବୋଲି କହିଥିଲେ । ଧବଳେଶ୍ୱର ପୂଜକ ସମିତିର ସଭାପତି ବିଷ୍ଣୁ ଚରଣ ପତ୍ରୀ, ସଂପାଦକ ନରେନ୍ଦ୍ର ପଣ୍ଡା, ସୁଶାନ୍ତ ପତ୍ରୀ, କୃତିବାସ ପତ୍ରୀ, ଅଜୟ କୁମାର ପତ୍ରୀ, ପ୍ରଫୁଲ ଚନ୍ଦ୍ର ପତ୍ରୀ ଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ, ସମିତିସଭ୍ୟ ରୀନା ସାହୁ, ପ୍ରଭାତ କୁମାର ଖଟୁଆ, ଶରତ କୁମାର ସାହୁ, କାର୍ତ୍ତିକ ଚନ୍ଦ୍ର ଖଟୁଆ ଓ ରାସ୍ତା ଓ କୋଠାବାଡି ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶଯୋଗ୍ୟ ମନ୍ଦିର ବେଢାର ସୌନ୍ଦର୍ଯ୍ୟକରଣ ପାଇଁ ପାଶ୍ୱର୍ରେ ଥିବା ଗୃହଗୁଡିକୁ ଭଙ୍ଗାଯିବା ପୂର୍ବରୁ ୧୧ମାସ ଭିତରେ ରାସ୍ତା ଓ କୋଠାବାଡି ବିଭାଗ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୂଜକ କୁଟୀର ନିର୍ମାଣ ସମାପ୍ତ ହେବା ବ୍ୟବସ୍ଥା ରହିଛି।
Popular Categories



