www.samajalive.in
Saturday, December 6, 2025
16.1 C
Bhubaneswar

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଜଗତସିଂହପୁର : ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ଜଗତସିଂହପୁର ଜିଲା ୪ ପୋଲିଆ ନିକଟରେ ଘଟିଛି। ଏକ ସ୍କୁଟି-ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ହୋଇଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଜଗସିଂହପୁର ଜିଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ବିରିଡି ଥାନା ରାଣୀପଡାର ଅଜୟ ଖୁଣ୍ଟିଆ ଓ ତାଙ୍କର ଦୁଇ ଜଣ ସାଙ୍ଗ ଏକ ସ୍କୁଟିରେ ଜଗତସିଂହପୁର ଯାଇଥିଲେ। ସେମାନେ ଜଗତସିଂହପୁରରୁ ନିଜ ଘର ବିରିଡିକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ସ୍କର୍ପିଓ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ସ୍କୁଟି ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ସ୍କର୍ପିଓ ଗାଡିଟି ରାସ୍ତା ତଳକୁ ଖସିଯାଇଥିଲା। ତିନି ଜଣ ସ୍କୁଟି ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ଅଜୟଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories