ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ କେନ୍ଦେଇପଶି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଧାନ ଚାଷ ଦ୍ୱିଗୁଣିତ କରିବା ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ କୃଷି ବିଭାଗ ପକ୍ଷରୁ ନାନୋ ୟୁରିଆ ସାର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦେଇପଶି ସମିତି ସଭ୍ୟ ପ୍ରଦୀପ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ସରପଞ୍ଚ ମିନାକ୍ଷୀ ନାଏକଙ୍କ ଉପସ୍ଥିତିରେ କୃଷି ଅଧିଦର୍ଶକ ଦମୟନ୍ତୀ ମହାନ୍ତ, କୃଷକ ସାଥୀ ମିତ୍ର ଭାନୁ ନାଏକ, ହେମନ୍ତ ପାତ୍ର ପ୍ରମୁଖ ଖୁଣ୍ଟାପଡ଼ା ମହିଷାମୁଣ୍ଡି, କେନ୍ଦେଇପଶି, କେନ୍ଦୁଆପଡ଼ା ୩ ଶହ ଜଣ ମହିଳା ଚାଷୀଙ୍କୁ ୧ଟି ଲେଖାଁଏ ନାନୋ ୟୁରିଆ ସାର ପ୍ରଦାନ କରିଛନ୍ତି।
Comments are closed.