ବଲାଙ୍ଗୀର : ବଲାଙ୍ଗୀରରେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଠାରୁ ଲୁଟ ହୋଇଛି। ତାଙ୍କ ନାମ ବିଷ୍ଣୁପ୍ରସାଦ ପାଢୀ। ସେ ବୁଧବାର ସକାଳେ ପ୍ରାତଃ ଭ୍ରମଣ ନିମନ୍ତେ ଯାଉଥିବା ବେଳେ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ। ଦୁବୃର୍ତ୍ତମାନେ ତାଙ୍କ ମୁଣ୍ଡକୁ ପ୍ରଥମେ ଆକ୍ରମଣ କରିଥିଲେ। ଆକ୍ରମଣ କରି ତାଙ୍କ ନିକଟରୁ ୩୦୦ଟଙ୍କା ଲୁଟ କରି ନେଇ ଫେରାର ହୋଇ ଯାଇଥିଲେ। ବିଷ୍ଣୁପ୍ରସାଦଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Popular Categories



