ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଛେଳିଲେଣ୍ଡି ଗାଁରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ହତ୍ୟା କରି ଗାଁ ଦାଣ୍ଡରେ ପକାଇଦେଇ ପଳାଇଯାଇଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ଲେଣ୍ଡି ଗାଁର ରମେଶ ବାରିକ। ସୂଚନା ଅନୁଯାୟୀ, ଆଜି ସକାଳେ ଗାଁ ଦାଣ୍ଡରେ ରମେଶଙ୍କ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ବୌଦ୍ଧ ଆଦର୍ଶ ଥାନା ପୁଲିସ ଏବଂ ରମେଶଙ୍କ ପରିବାରକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
Popular Categories



