www.samajalive.in
Monday, December 15, 2025
16.1 C
Bhubaneswar

ଟ୍ରାଫିକ୍‌ ପୁଲିସ ଲାଞ୍ଚ ନୁହେଁ କରିଥିଲେ ଲୁଟ୍‌- ଏପରି ପଡିଲା ହାଇକୋର୍ଟଙ୍କ ଛାଟ

ଅହମ୍ମଦାବାଦ – ବିଦେଶଗସ୍ତ ସାରି ଫେରିଥିବା ଦୁଇ ଜଣ ଦମ୍ପତି ବିମାବନ୍ଦରରୁ ଏକ ଟାକ୍ସିରେ ରାତିରେ ଘରକୁ ଫେରିବା ବେଳେ ଦୁଇ ଜଣ ଟ୍ରାଫିକ୍‌ ପୁଲିସ ଅଟକାଇଥିଲେ, ଅନ୍ୟ ଏକ ଭ୍ୟାନରେ କିଛି ଟ୍ରାଫିକ୍‌ ପୁଲିସ ଅଧିକାରୀ ଥିଲେ । ଏହାପରେ ଦମ୍ପତ୍ତି ଥାଇଲାଣ୍ଡ ଗସ୍ତ ସାରି ଫେରୁଛନ୍ତି ଜାଣିବାପରେ ସେମାନଙ୍କୁ ବିଳମ୍ବିତ ରାତିରେ ବୁଲୁଛନ୍ତି କହି ଧମକାଇଥିଲେ । ପରେ ସେମାନଙ୍କୁ ଧମକାଇ ୨ ଲକ୍ଷ ଟଙ୍କା ଦାବି କରିଥିଲେ । ଦମ୍ପତି ଏଟିଏମ୍‌ରୁ ଟଙ୍କା କାଢି ୬୦ ହଜାର ଟଙ୍କା ଏହି ଦୁଇ ଟ୍ରାଫିକ୍ ପୁଲିସଙ୍କୁ ଦେଇ ସେଠାରୁ ଯାଇଥିଲେ । ଘଟଣାଟି ଅହମ୍ମଦାବାଦରେ ଘଟିଥିଲା । ଏହାପରେ ଘଟଣା ସମ୍ପର୍କରେ ବିଭିନ୍ନ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

ପରେ ଗୁଜୁରାଟ ଉଚ୍ଚନ୍ୟାୟାଳୟରେ ଏକ ମାମଲା ରୁଜୁ ହୋଇଥିଲା । ନ୍ୟାୟାଳୟ ଅହମ୍ମଦାବାଦ ପୁଲିସ କମିଶନରଙ୍କୁ ଏ ବିଷୟରେ କି ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ଜବାବ ତଲବ କରିଥିଲେ . ଏଥିରେ ପୁଲିସ କମିଶନରଙ୍କୁ କୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିବା ପାଇଁ କୁହାଯାଇଛି । ଘଟଣାରେ ସମ୍ପୃକ୍ତ ଜଣେ ଟ୍ରାଫିକ୍‌ କନେଷ୍ଟବଳ ଏବଂ ଟ୍ରାଫିକ୍‌ ବ୍ରିଗେଡ୍‌ ଜଓ୍ୱାନଙ୍କୁ ଗିରଫ କରାଯାଇଥିବା ପୁଲିସ କମିଶନର କହିଛନ୍ତି । ପାଖା ପାଖି ଲାଗିଥିବା ବିଭିନ୍ନ ସିସି ଟିଭି କ୍ୟାମେରାରେ ଘଟଣାର ପ୍ରମାଣ ମିଳିଥିଲା ।

- Advertisement -

ଦମ୍ପତି ଏବଂ ତାଙ୍କର ଏକ ବର୍ଷର ପୁଅ ଥାଇଲାଣ୍ଡରେ ଛୁଟି କାଟିବା ପରେ ବିମାନରେ ଅହମ୍ମଦାବାଦ ଫେରିଥିଲେ । ଅଗଷ୍ଟ ୨୫ ତାରିଖରେ ତାଙ୍କ ବିମାନ ଅହମ୍ମଦାବାଦରେ ଅବତରଣ କରିଥିଲା । ସେମାନେ ରାତି ଗୋଟାଏରେ ଏକ କ୍ୟାବ୍‌ରେ ଫେରିବା ବେଳେ ବାଟରେ ଟ୍ରାଫିକ୍‌ କନେଷ୍ଟବଳ ଏବଂ ଟ୍ରାଫିକ୍‌ ବ୍ରିଗେଡ୍‌ ଜବାନ ସେମାନଙ୍କୁ ଅଟକାଇଥିଲେ । ଏହାପରେ ଜବରଦସ୍ତ କାର୍ ଭିତରେ ପଶି ସେମାନେ ଟ୍ରାଫିକ୍‌ କମିଶନରଙ୍କ ନିର୍ଦେଶାବଳୀକୁ ଉଲ୍ଲଘଂନ କରି ରାତିରେ ବୁଲୁଥିବା କଥା କହିଥିଲେ । ଏହାପରେ ସ୍ୱାମୀଙ୍କୁ ପୁଲିସ ଭ୍ୟାନକୁ ନିଆଯାଇଥିବା ବେଳେ ଏହି ଦୁଇଜଣ ମହିଳାଙ୍କୁ ଅସଦ୍‌ବ୍ୟବହାର କରିଥିଲେ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ହେବାକୁ ଥିବା ଶୁଣାଣୀରେ ଗୁଜୁରାଟ ହାଇକୋର୍ଟଙ୍କ ମୁଖ୍ୟବିଚାରପତିଙ୍କ ଅଦାଲତରେ ପୁଲିସ କମିଶନର ଜଣେ ଗେଜେଟେଡ୍‌ ଅଫିସର୍‌ଙ୍କ ଠାରେ ସତ୍ୟପାଠ କରି ଦାଖଲ କରିବା ପାଇଁ ନିର୍ଦେଶ ଦିଆଯାଇଛି ।

Also read-ବାଃ ..ବାଃ ନେଇ ବନ୍ଧା ହେଲେ – ଅଧିକ ଟ୍ୟୁସନ୍‌ ପିଲା ପାଇବା ପାଇଁ କହିଥିଲେ..

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories