www.samajalive.in
Sunday, December 14, 2025
14.1 C
Bhubaneswar

ବାଃ ..ବାଃ ନେଇ ବନ୍ଧା ହେଲେ – ଅଧିକ ଟ୍ୟୁସନ୍‌ ପିଲା ପାଇବା ପାଇଁ କହିଥିଲେ..

ସୁରାଟ- ବାଃ … ବାଃ ସାଉଁଟି ଥିଲେ । ବିଭିନ୍ନ ଗଣମାଧ୍ୟମରେ ବାଇଟ୍‌ ମଧ୍ୟ ଦେଇଥିଲେ । ନିଜକୁ ଇସ୍ରୋର ବୈଜ୍ଞାନିକ ବୋଲି କହିଥିଲେ। ସେ ବିକ୍ରମ ଲ୍ୟାଣ୍ଡର ଡିଜାଇନ୍‌ ତିଆରି କରିଥିବା କଥା ଖୁଲମ ଖୁଲା କହିଥିଲେ । ମିଛି ଏପରି ବନେଇ ଚୁନେଇ କହିଥିଲେ କି ସମସ୍ତେ ବିଶ୍ୱାସ କରି ନେଇଥିଲେ । ହେଲେ ଅଧିକ ମିଛ କହିବାରୁ କିଛି ଲୋକଙ୍କର ସନ୍ଦେହ ହୋଇଥିଲା । ସେମାନେ ତାଙ୍କ ବିଷୟରେ ଅନୁସନ୍ଧାନ କରିବାରୁ ମିଛ ସାମ୍ନାକୁ ଆସିଥିଲା । ପରେ ପୁଲିସ ଏହି ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କୁ ଗିରଫ କରିଛି ।


ସୁରାଟର ମିତୁଲ ତ୍ରିବେଦୀ । ସେ ଦ୍ୱାଦଶ ଶ୍ରେଣୀ ଏବଂ ତଊର୍ଦ୍ଧ୍ୱ ପିଲାଙ୍କୁ ଟ୍ୟୁସନ୍‌ କରନ୍ତି । ତାଙ୍କ ଟ୍ୟୁସନ୍‌କୁ ଅଧିକ ପିଲା ଆସନ୍ତୁ ସେଥିପାଇଁ ଇସ୍ରୋର କିଛି କାଗଜପତ୍ର ମିଛରେ ତିଆରି କରିଥିଲେ । ଜାଲ କାଗଜପତ୍ରରେ ନିଜକୁ ସେ ବୈଜ୍ଞାନିକ ବୋଲି ଦର୍ଶାଇଥିଲେ । ବିକ୍ରମ ଲ୍ୟାଣ୍ଡରର ଡିଜାଇନ୍‌ ତିଆରି କରିଥିବା କଥା କହିଥିଲେ । ଇସ୍ରୋରେ ଚାକିରି ପାଇଥିବା କଥା ଜାଲ୍ କାଗଜପତ୍ରରେ କିଛି ଛାତ୍ରଛାତ୍ରିଙ୍କ ଅଭିଭାବକଙ୍କୁ ଦେଖାଇଥିଲେ ।

- Advertisement -

Also read-ବଢ଼ିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ : ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

କ୍ରାଇମ୍‌ବ୍ରାଞ୍ଚକୁ ଅଭିଯୋଗ ଯାଇଥିଲା । କ୍ରାଇମ୍‌ବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ସେ ମିଛ କହୁଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଛି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories