ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ରକ୍ଷାବନ୍ଧନ ପର୍ବ ଭାଇ ଓ ଭଉଣୀ ମଧ୍ୟରେ ବିଶ୍ୱାସ ଓ ପ୍ରେମର ପ୍ରତୀକ ବହନ କରୁଛି। ଏଥିରେ ଭାରତୀୟ ସଂସ୍କୃତିର ପ୍ରତିଫଳନ ହୋଇଥାଏ। ରକ୍ଷାବନ୍ଧନ ପର୍ବ ଲୋକମାନଙ୍କ ଜୀବନରେ ପ୍ରେମ ଓ ସଦ୍‌‌ଭାବନା ଆଣିଦେବ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ସ୍କୁଲ୍‌‌ ଛାତ୍ରୀମାନେ ଆଜି ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ।

Comments are closed.