ନୂଆଦିଲ୍ଲୀ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏହି ପର୍ବ ହେଉଛି ଭାଇ-ଭଉଣୀଙ୍କ ଅତୁଟ ପ୍ରେମର ପ୍ରତୀକ। ଏହାକୁ ବେଶ୍ ଉତ୍ସାହର ସହ ପାଳନ କରାଯାଏ। ତେବେ ଆସନ୍ତୁ ଏହି ଶୁଭ ଅବସରରେ ଦେଶର ମହିଳାଙ୍କ ପାଇଁ ଅଧିକ ସୁରକ୍ଷିତ ଓ ସମାନତାପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ସଂକଳ୍ପ ନେବା ବୋଲି ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି।
Popular Categories



