www.samajalive.in
Sunday, December 14, 2025
26.1 C
Bhubaneswar

ପୁଣି କାବେରୀ ଜଳ ବିବାଦ : ତାମିଲନାଡୁକୁ ଅଧିକ ଜଳ ଛଡ଼ା ଯିବନି-ଡି.କେ. ଶିବକୁମାର

ବେଙ୍ଗାଲୁରୁ : କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି ପଡ଼ୋଶୀ ରାଜ୍ୟ ତାମିଲନାଡୁକୁ କାବେରୀ ନଦୀରୁ ଯେତିକି ଜଳ ଛଡ଼ାଯାଉଛି, ରାଜ୍ୟ ତାହାର ପରିମାଣ ହ୍ରାସ କରିବ।  ସେ କହିଛନ୍ତି ରାଜ୍ୟରେ ଜଳ ନିଅଣ୍ଟର ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ସୁପ୍ରିମକୋର୍ଟଙ୍କୁ ଜଣାଇବାକୁ ପ୍ରୟାସ କରାଯିବ।

ତାମିଲନାଡୁକୁ ସେପ୍ଟେମ୍ବର ମାସ ପାଇଁ ୨୭. ୭୬ହଜାର ନିୟୁତ ଘନଫୁଟ ଜଳ ଛଡ଼ାଯିବା ପାଇଁ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି। କାବେରୀ ଜଳ ଟ୍ରିବ୍ୟୁନାଲ୍‌‌ ର ନିୟମ ଅନୁସାରେ ଏହି ଜଳ ଛଡ଼ାଯିବାକୁ ତାମିଲନାଡୁ ଚାହିଁଛି। ମଙ୍ଗଳବାର କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ ପରବର୍ତ୍ତୀ ୧୫ ଦିନ ପାଇଁ ୫ ହଜାର ଘନଫୁଟ ଜଳ ତାମିଲନାଡୁକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ କର୍ଣ୍ଣାଟକ ଜଳର ନିଅଣ୍ଟ ବିଷୟ ଦର୍ଶାଇ ୩ ହଜାର ଘନଫୁଟ ଜଳ ଛାଡ଼ିବାକୁ ରାଜି
ହୋଇଛି ।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories