www.samajalive.in
Monday, December 15, 2025
15.1 C
Bhubaneswar

ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ୩୦ ହଜାର କାଉଡିଆଙ୍କ ଜଳଲାଗି

ଗୁରୁଡିଝାଟିଆ:  ପୁଣ୍ୟମାସ ଶ୍ରାବଣର ଶେଷ ସୋମବାରରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ୩୦ହଜାର କାଉଡିଆଙ୍କ ପକ୍ଷରୁ ଜଳଲାଗି କରାଯାଇଛି । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ରାତି ୧ଟାରେ ପ୍ରଭୂଙ୍କ ପହଡ ଖୋଲାଯାଇ ମଙ୍ଗଳ ଆଳତୀ, ସ୍ନାନ, ବାଳଭୋଗ ଅର୍ପଣ କରାଯିବା ପରେ ରାତି ୨ଟାରେ ଦର୍ଶନ ଲାଗି ବ୍ୟବସ୍ଥା କରାଯାଇଥିଲା । ନୀତିପାଳିଆ ମୃତ୍ୟୁଞ୍ଜୟ ପଣ୍ଡା ପ୍ରଭୁଙ୍କ ନୀତିକାନ୍ତି ସଂପନ୍ନ କରିଥିଲେ । ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ତରାଇ, ତହସିଲଦାର ପ୍ରିୟବ୍ରତ ଦାସ, ମାଜିଷ୍ଟ୍ରେଟ ମାନସ ରଞ୍ଜନ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଭୁଙ୍କ ନୀତିକାନ୍ତି ସଂପନ୍ନ ହୋଇଥିଲା।

ଦିନ ତମାମ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ଭିଡ ଲାଗିଥିଲା। ଧାଡିଦର୍ଶନ ବ୍ୟବସ୍ଥା କରାଯାଇଥିଲା ବେଳେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳଙ୍କ ଉପସ୍ଥିତିରେ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଗୁରୁଡିଝାଟିଆ ଥାନା ଅଧିକାରୀ ସୁମନ୍ତ କିସାନଙ୍କ ସହିତ ପୁଲିସ ଅଧିକାରୀ ଓ ଫୋର୍ସମାନେ ମୁତୟନ ହୋଇଥିଲେ। ଧବଳେଶ୍ୱର ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରୀ, ସଂପାଦକ ନରେନ୍ଦ୍ର ପଣ୍ଡା ଓ ପୂଜକ ସମିତିର ସଦସ୍ୟମାନେ ଉପସ୍ଥିିତ ରହି ଶାନ୍ତି ଶୃଙ୍ଖଳାର ସହିତ କାଉଡିଆମାନଙ୍କୁ ଜଳଲାଗି କରିବାରେ ସହଯୋଗ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories