www.samajalive.in
Saturday, December 6, 2025
17.1 C
Bhubaneswar

୩୧ରେ ଉତ୍କେଲା ବିମାନବନ୍ଦରର ଶୁଭ ଉଦ୍‌ଘାଟନ

ଭବାନୀପାଟଣା: ବହୁ ପ୍ରତୀକ୍ଷାର ଅନ୍ତଃ ଘଟିଛି। ଆସନ୍ତା ଅଗଷ୍ଟ ୩୧ ତାରିଖ ଗୁରୁବାର ଦିନ ଉତ୍କେଲା ବିମାନବନ୍ଦରର ଶୁଭ ଉଦ୍‌ଘାଟନ ହେବା ସାଙ୍ଗକୁ ସେହିଦିନ ଭୁବନେଶ୍ୱରରୁ ଉତ୍କେଲାକୁ ପ୍ରଥମ ଯାତ୍ରୀବାହୀ ବିମାନ ଉଡ଼ିବ। ଏଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଚୂଡାନ୍ତ କାର୍ଯ୍ୟକ୍ରମ ପ୍ରକାଶ ପାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ କ୍ୟାବିନେଟ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଡଃ ଭି କେ ସିଂ ପ୍ରମୁଖ ଆଭାସୀ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିବେ। ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଇଣ୍ଡିଆ ୱାନ ଏୟାରର କର୍ମକର୍ତ୍ତା ଉତ୍କେଲା ଏୟାରପୋର୍ଟରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଔପଚାରିକ ସଭା ପରେ ସକାଳ ୧୦ ଟା ୨୫ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଆଭାସୀ ମାଧ୍ୟମରେ ପତାକା ଦେଖାଇବେ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଉତ୍କେଲା ଆସିବାକୁ ଥିବା ପ୍ରଥମ ଯାତ୍ରୀବାହୀ ବିମାନକୁ ସକାଳ ୧୦ଟା ୩୦ ମିନିଟରେ ପତାକା ଦେଖାଇ ଶୁଭାରମ୍ଭ କରିବେ। ପରେ ସକାଳ ୧୦ ଟା ୩୫ ମିନିଟରେ ଭୁବନେଶ୍ୱରରୁ ପ୍ରଥମ ଯାତ୍ରୀବାହୀ ବିମାନ ଉତ୍କେଲା ଅଭିମୁଖେ ଉଡ଼ାଣ ଭରିବ। ଏଥିପାଇଁ ଉତ୍କେଲା ଏୟାରପୋର୍ଟରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୨୯ ତାରିଖ ସକାଳେ ଭୁବନେଶ୍ୱରରୁ ଏକ ଯାତ୍ରୀବାହୀ ବିମାନ ପରୀକ୍ଷାମୂଳକ ଭାବେ ବା ଟ୍ରାଏଲ୍ ରନରେ ଆସିବ। ଏହି ବିମାନ ସକାଳ ୯. ୨୦ ମିନିଟରେ ଉତ୍କେଲାରେ ଅବତରଣ କରି ୧୦ଟା ୫୦ ମିନିଟରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ତେବେ ଆସନ୍ତା ୩୧ ତାରିଖଠାରୁ ଉତ୍କେଲାରୁ ନିୟମିତ ଯାତ୍ରୀବାହୀ ବିମାନ ଉଡ଼ିବା ଖବର ଜିଲ୍ଲାର ବିଭିନ୍ନ ମହଲରେ ଖୁସିର ବାତାବରଣ ସୃଷ୍ଟି କରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories