www.samajalive.in
Monday, December 8, 2025
14.1 C
Bhubaneswar

ଉପାନ୍ତ ଅଞ୍ଚଳରୁ ଇସ୍ରୋ ବୈଜ୍ଞାନିକ ; ଚନ୍ଦ୍ରଯାନ ୩ରେ ଜୟନ୍ତଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା

ମାଲକାନଗିରି : ଉପାନ୍ତ ଅଂଚଳରୁ ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରଯାନ ୩ ପ୍ରକଳ୍ପରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର। ଜୟନ୍ତ କେରଳ ଥିରୁବନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ମାଲକାନଗିରି ଜିଲ୍ଲାରେ ତାଙ୍କ ସ୍ବର୍ଗୀୟ ବାପା ଜୟଦେବ ହାଲଦାର ଶିକ୍ଷକତା କରୁଥିଲେ ।

କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟରେ ପାଠ ପଢି ଆଆଇଏସଟି ଅନୁଷ୍ଠାନରେ ବିଟେକ୍ ଏଇରୋସ୍ପେସ ଇଂଜିନିୟରିଂ କରିବା ଲାଗି ସୁଯୋଗ ପାଇଥିଲେ। ୨୦୧୨ରେ ଏଇରୋସ୍ପେସ ଇଂଜିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ କାମ କରୁଥିଲେ। ପ୍ରଥମେ ୨୦୧୨ ଠାରୁ ୨୦୧୮ ଯାଏଁ ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ର କ୍ରାୟୋଜେନିକ୍ ପ୍ରୋପେଲର ବିଭାଗରେ କାମ କରୁଥିଲେ। ପରେ ୨୦୧୮ ମସିହା ଠାରୁ କେରଳ ଥିରୁବନନ୍ତପୁରମ୍ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ବରିଷ୍ଠ ମେକାନିକ୍ସ ବୈଜ୍ଞାନିକ ଭାବେ ଯୋଗ ଦେଇ ଚନ୍ଦ୍ରଯାନ ୩ ପ୍ରକଳ୍ପରେ ଦାୟୀତ୍ବରେ ଥିଲେ ଜୟନ୍ତ ଓ ତାଙ୍କ ଟିମ। ଆଉ ସେହି ବିଭାଗରେ ଦିନ ରାତି କାମ କରି ସଫଳତା ହାସଲ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories