www.samajalive.in
Saturday, December 6, 2025
23.1 C
Bhubaneswar

୫ଟି ଅଧକ୍ଷ ଭି.କେ. ପାଣ୍ଡିଆନଙ୍କ ଦିନିକିଆ ମାଲକାନଗିରି ଗସ୍ତ

ମାଲକାନଗିରି : ମଙ୍ଗଳବାର ୫ଟି ଅଧକ୍ଷ ଭି.କେ ପାଣ୍ଡିଆନ ଦିନିକିଆ ମାଲକାନଗିରି ଜିଲା ଗସ୍ତ କରିଛନ୍ତି। ମାଲକାନଗିରି ଷ୍ଟାଡିୟମରେ ଆୟୋଜିତ “ନୂଆ-ଓ” କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମାଲକାନଗିରି ଜିଲ୍ଲାରୁ ସମଗ୍ର ରାଜ୍ୟ ପାଇଁ ନବୀନ ଓଡିଶା ମ୍ୟାଜିକ କାର୍ଡର ରେଜିଷ୍ଟେସନ ଲାଗି ଶୁଭାରମ୍ଭ କରିଛନ୍ତି ୫ଟି ଅଧକ୍ଷ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ମାଲକାନଗିରି ଜିଲ୍ଲାର ଗରିବ ଆଦିବାସି ପିଲାଏ ପ୍ରଥମେ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇ ବେଶ ଖୁସି ହୋଇଛନ୍ତି। ପୁଣି ଥରେ ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାକୁ ପ୍ରାଧାନ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ଯୋଜନା ଠାରୁ ଆରମ୍ଭ କରି ବିଜୁ ସ୍ବାସ୍ଥ୍ୟ କାର୍ଡ ଓ ଲକ୍ଷ୍ମୀ ବସ ସେବା ପରି ରାଜ୍ୟର ସମସ୍ତ ଯୋଜନା ପୁର୍ବରୁ ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହୋଇଥିବା ବେଳେ ଆଜି ପୁଣି ଥରେ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଛାତ୍ର ବୃତି ଯୋଜନା ମାଧ୍ୟମରେ ନବୀନ ଓଡିଶା ମ୍ୟାଜିକ କାର୍ଡର ରେଜିଷ୍ଟେସନ ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାରୁ।
୫ଟି ଅଧକ୍ଷ ଭି.କେ. ପାଣ୍ଡିଆନ ପ୍ରଥମେ ବିମାନରେ ଆସି ମାଲକାନଗିରି ଏୟାର ପୋର୍ଟରେ ପହଞ୍ଚିବା ପରେ ସେଠାରୁ ଏକ ସ୍ବତନ୍ତ୍ର ହେଲିକ୍ୟାପଟର ଯୋଗେ ୫ କିଲୋମିଟର ଦୁରରେ ଥିବା ମାଲକାନଗିରି ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ “ନୂଆ -ଓ” କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମାଲକାନଗିରି ଜିଲ୍ଲାରୁ ସମଗ୍ର ରାଜ୍ୟ ପାଇଁ ନବୀନ ଓଡିଶା ମ୍ୟାଜିକ କାର୍ଡର ରେଜିଷ୍ଟେସନ ଲାଗି ଶୁଭ ଆରମ୍ଭ କରିଥିଲେ ୫ ଟି ଅଧକ୍ଷ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ଛାତ୍ରଛାତ୍ରୀଙ୍କ ସହ ହାତ ମିଶେଇବା ସହ ସେଲଫି ମଧ୍ୟ ଉଠାଇଥିଲେ ୫ଟି ଅଧକ୍ଷ ଭି.କେ ପାଣ୍ଡିଆନ। ମାଲକାନଗିରି ଜିଲ୍ଲାର ମୋଟ ୧୦ଟି କଲେଜର ୫୦୬୯ ଛାତ୍ରଛାତ୍ରୀ ଆଜି “ନୂଆ -ଓ” କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୫୯୪ ଜଣ ଯୁବକ ଓ ୨୪୭୫ ଜଣ ଯୁବତୀ ରହିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୨୪୭୧ ଜଣ ଆଦିବାସୀ ବର୍ଗର ହୋଇଥିବା ବେଳେ ୧୨୯୯ ଜଣ ହରିଜନ ଓ ୧୨୪୦ ଜଣ ସାଧାରଣ ବର୍ଗର ରହିଥିଲେ । ମଞ୍ଚରୁ ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଡର ଉପକାରିତା ବିଷୟରେ ଅବଗତ କରାଇଥିଲେ ୫ ଟି ଅଧକ୍ଷ ଭି.କେ. ପାଣ୍ଡିଆନ।
ନବୀନ ଓଡିଶା ମ୍ୟାଜିକ କାର୍ଡ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବ୍ଲାଙ୍କ ଚେକ୍ ବୋଲି କହିଥିଲେ ୫ଟି ଅଧକ୍ଷ । ଏହି କାର୍ଡ ଦ୍ବାରା ଛାତ୍ର ଛାତ୍ରୀ ମାନେ ବସ୍ ଟ୍ରେନ ଓ ବିମାନରେ ରିହାତି ପାଇବା ସହ ବହି କିଣିବା, କଲେଜ ଫି ବାନ୍ଧିବା ଓ ଟ୍ୟୁସନ ଫି ବାନ୍ଧିବା ସମୟରେ ମଧ୍ୟ ରିହାତି ପାଇବେ ବୋଲି ୫ଟି ଅଧକ୍ଷ କହିଛନ୍ତି। ମାଲକାନଗିରି ଜିଲ୍ଲାର ଗରିବ ଆଦିବାସୀ ପିଲାଏ ପ୍ରଥମେ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇ ବେଶ ଖୁସି ପ୍ରକାଶ କରିଛନ୍ତି । ରାଜ୍ୟର ମୋଟ ୫.୨ କୋଟି ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ହେବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲାର ମୋଟ ୫୦୬୯ ଛାତ୍ରଛାତ୍ରୀ ନବୀନ ଓଡିଶା ମ୍ୟାଜିକ କାର୍ଡ ଲାଗି ମଙ୍ଗଳବାର ରେଜିଷ୍ଟେସନ କରିଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories