ଯାଜପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ନିଜ ଗୁହାରୀ ଜଣାଇବାକୁ ତଥା ନିଜ ନିଖୋଜ ଶିଶୁ କନ୍ୟା ପିହୁକୁ ନ୍ୟାୟ ପାଇଁ ମୋଦୀଙ୍କ ଚଣ୍ଡିଖୋଲ ସଭା ସ୍ଥଳକୁ ଯିବାକୁ ଉଦ୍ୟମ କରିଛନ୍ତି ମାଆ ମୋନାଲିସା ନାୟକ। ଯାଜପୁର ଜିଲା ବରୀ ବ୍ଲକ ତଥା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପିହୁ ନିଖୋଜ ଘଟଣାରେ ମଙ୍ଗଳବାର ମାଆ ମୋନାଲିସା ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଣ୍ଡିଖୋଲ ସଭା ସ୍ଥଳକୁ ଯିବାକୁ ଉଦ୍ୟମ କରିଛନ୍ତି। ଏହି ସମୟରେ ବାଟରେ ବିଞ୍ଝାରପୁର ବଜାର ନିକଟରେ ମୋନାଲିସାଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।
ଗୁହାରୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ଯାଉଥିଲେ, ବାଟରେ ପିହୁ ମାଆଙ୍କୁ ଅଟକ ରଖିଲା ପୁଲିସ
Popular Categories



