www.samajalive.in
Sunday, December 14, 2025
18.1 C
Bhubaneswar

ଅତାବିରା ବ୍ଲକସ୍ତରୀୟ ଫୁଟବଲ ଓ କବାଡି ଖେଳାଳି ଚୟନ ଉଦଯାପିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅଗଷ୍ଟ ୨୪ ଓ ୨୫ ଦୁଇ ଦିନ ଧରି ୧୭ ବର୍ଷରୁ କମ ବାଳକ ଓ ବାଳିକା ମାନଙ୍କ ଫୁଟବଲ ଓ କବାଡି ପ୍ରତିଯୋଗିତା ତଥା ଖେଳାଳି ଚୟନ ହୋଇଥିଲା। ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ତପନ କୁମାର ଦାସ, ପ୍ରଧାନ ଶିକ୍ଷକ ମନୋଜ ହରପାଳ ମଞ୍ଚାସିନ ରହିଥିବା ବେଳେ ବ୍ଲକ କ୍ରୀଡା ସମ୍ପାଦକ ଲବ ସାହୁ ମଞ୍ଚାସିନ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଫୁଟବଲ ଓ ଦ୍ଵିତୀୟ ଦିବସରେ କବାଡି ପ୍ରତିଯୋଗିତା ହୋଇଥିଲା। ବ୍ଲକ ର ୩୨ଟି ଉଚ୍ଚ ବିଦ୍ୟାଳୟକୁ ନେଇ ୩ ଟି ସବ ବ୍ଲକ କ୍ରମରେ ପ୍ରଥମେ ଖେଳାଳି ଚୟନ କରାଯାଇଥିଲା। ସେହି କୃତୀ ଖେଳାଳି ମାନେ ବ୍ଲକ ସ୍ତରରେ ଅଂଶ ଗ୍ରହଣ କରିଥିଲେ। ଫୁଟବଲରେ ୫୪ ଜଣ ବାଳକ ଓ ୨୬ ଜଣ ବାଳିକା ମୋଟ ୮୦ ଜଣ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୬ ଜଣ ଲେଖାଏଁ ଉଭୟ ବାଳକ ଓ ବାଳିକା ବିଭାଗରୁ ଚୟନ ହୋଇ ଜିଲ୍ଲା ସ୍ତରର ଫୁଟବଲରେ ଭାଗନେବେ। ସେହିପରି ଦ୍ଵିତୀୟ ଦିବସରେ ଅର୍ଥାତ୍ ସବ ବ୍ଲକ ସ୍ତରରୁ ମନୋନୀତ ହୋଇ ଆସିଥିବା ୭୨ ଜଣ କବାଡି ଖେଳାଳିଙ୍କ ମଧ୍ୟରୁ ୨୪ ଜଣ ବାଳିକା ୨୪ ଜଣ ବାଳକ କବାଡିରେ ମନୋନୀତ ହୋଇ ଜିଲ୍ଲା ସ୍ତରରେ ଖେଳିବା ପାଇଁ ଯୋଗ୍ୟ ହୋଇଛନ୍ତି। ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ମନୋଜ ହରପାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories