www.samajalive.in
Saturday, December 13, 2025
26.1 C
Bhubaneswar

ଗୃହରକ୍ଷୀଙ୍କୁ ରାଷ୍ଟ୍ରପତି ଉତ୍କୃଷ୍ଟ ସେବା ପଦକ

ଆଠଗଡ଼: ଆଠଗଡ଼ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ପ୍ରଦୀପ କୁମାର ଦାଶଙ୍କୁ ରାଷ୍ଟ୍ରପତି ଉତ୍କୃଷ୍ଟ ସେବା ପଦକ ମିଳିଥିବା ଜଣାପଡ଼ିଛି। ଗତ ୨୦୨୦ ମସିହାରେ ତାଙ୍କ ସହିତ ମୋଟ ୬ଜଣ ଗୃହରକ୍ଷୀଙ୍କୁ ଏଥିପାଇଁ ମନୋନୀତ କରାଯାଇଥିଲେ ମଧ୍ୟ କୋଭିଡ-୧୯ ମହାମାରୀ ଯୋଗୁଁ କାହାରିକୁ ଏହି ସମ୍ମାନ ଓ ପଦକ ପ୍ରଦାନ କରାଯାଇନଥିଲା। ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍‌‌ ପ୍ରଦୀପଙ୍କୁ ରାଷ୍ଟ୍ରପତି ଉତ୍କୃଷ୍ଟ ସେବା ପଦକ, ମାନପତ୍ର ଓ ୭୫୦୦ଟଙ୍କାର ଅର୍ଥରାଶି ଚେକ୍‌‌ ଆକାରରେ ପ୍ରଦାନ କରିଥିଲେ। ପ୍ରଦୀପଙ୍କୁ ଏହି ସମ୍ମାନ ମିଳିବା ପରେ ଆଠଗଡ଼ ଥାନାର ସମସ୍ତ କର୍ମଚାରୀ ଏବଂ ବିଭିନ୍ନ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories