www.samajalive.in
Sunday, December 7, 2025
23.1 C
Bhubaneswar

ଜହ୍ନ ଠାରୁ ମାତ୍ର ୨୫ କିମି ଦୂରରେ ଚନ୍ଦ୍ରଯାନ-୩, ଦ୍ଵିତୀୟ ଡ଼ି-ବୁଷ୍ଟିଙ୍ଗ ପ୍ରକ୍ରିୟା ସଫଳ

ଡେସ୍କ: ଭାରତର ଚନ୍ଦ୍ର ଅଭିଯାନରେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି। ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩କୁ ସହଜ ଅବତରଣ କରାଇବା ପାଇଁ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା – ଇସ୍ରୋ ଗତ ମଧ୍ୟରାତ୍ରି ଅର୍ଥାତ ଅଗଷ୍ଟ ୨୦ ରାତି ୧ଟା ୫୦ ମିନିଟରେ ଦ୍ଵିତୀୟ ତଥା ଅନ୍ତିମ ଡ଼ି-ବୁଷ୍ଟିଙ୍ଗ ପ୍ରକ୍ରିୟା ସମ୍ପନ୍ନ କରିଛି। ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ର ଠାରୁ ୧୩୪ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳ ମଧ୍ୟରେ ୨୫ କିଲୋମିଟର ଦୂରରୁ ପ୍ରଦକ୍ଷିଣ କରୁଛି।

ସୂଚନା ଅନୁଯାୟୀ, ଚନ୍ଦ୍ରଯାନ-୩ ଅବତରଣ କରିବାକୁ ଥିବା ଅଂଚଳରେ ସୂର୍ଯ୍ୟାଲୋକ ପଡିବା ପରେ ଲ୍ୟାଣ୍ଡର ମୋଡ୍ୟୁଲ ଭିତରେ ଥିବା ଯନ୍ତ୍ରାଂଶ ଗୁଡିକର ଶେଷ ଥର ପାଇଁ ଯାଞ୍ଚ କରାଯିବ ଓ ଆବଶ୍ୟକ ପଡିଲେ ଇସ୍ରୋ ଅପଡେଟ କରିବ। ଚନ୍ଦ୍ରରେ ୧୪ ଦିନ ଅନ୍ଧକାର ଓ ୧୪ ଦିନ ଆଲୋକିତ ହୋଇଥାଏ। ଅଗଷ୍ଟ ୨୩ରେ ଚନ୍ଦ୍ରରେ ସୂର୍ଯ୍ୟାଲୋକ ପଡିବ ଓ ସେହିଦିନ ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଅବତରଣ କରିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories