ବିଶ୍ୱ ମହାକାଶ ସମ୍ମାନରେ ସମ୍ମାନିତ ହେବ ଚନ୍ଦ୍ରଯାନ-୩, ଅକ୍ଟୋବର ୧୪ରେ ମିଳିବ ପୁରସ୍କାର

ମୁମ୍ବଇ: ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରି ଇତିହାସରେ ଭାରତର ନାଁ ଲିପିବଦ୍ଧ କରିଥିବା ଚନ୍ଦ୍ରଯାନ-୩କୁ ବିଶ୍ୱ ମହାକାଶ ସମ୍ମାନରେ ସମ୍ମାନିତ କରାଯିବ। ଅନ୍ତର୍ଜାତୀୟ ମହାକାଶଚାରୀ ମହାସଂଘ ପୁରସ୍କାର ଘୋଷଣା କରି ଏହା ଐତିହାସିକ ସଫଳତା ବୋଲି କହିଛି। ଅକ୍ଟୋବର ୧୪ରେ ଇଟାଲୀର ମିଲାନରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ଅନ୍ତର୍ଜାତୀୟ ମହାକାଶଚାରୀ ସମ୍ମିଳନୀରେ ଚନ୍ଦ୍ରଯାନ-୩କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିଥିଲା ଚନ୍ଦ୍ରଯାନ-୩।

 

Comments are closed.