ଆଠଗଡ: ସାପୁଆ ନଦୀରେ ଗୋଡ ଖସିଯିବାରୁ ନଦୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଠଗଡ ବ୍ଲକ ଅନ୍ତର୍ଗତ କଟକିଆସାହି ପଞ୍ଚାୟତ ଅଧିନ ବନ୍ଧହଟା ଗ୍ରାମର ପ୍ରଫୁଲ୍ଲ କୁମାର ପାତ୍ର(୭୩) ଶୁକ୍ରବାର ସକାଳେ ନଦୀକୁ ସ୍ନାନ କରିବାକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ଭରାନଦୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆଠଗଡ ଡାକ୍ତରଖାନା ଆଣିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ôଚ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
Popular Categories



