www.samajalive.in
Wednesday, December 10, 2025
26.1 C
Bhubaneswar

ଏନ୍‍ଆରସି ପଞ୍ଜୀକରଣ ଆବେଦନ ମାନ୍ଦା

ଗୁଆହାଟୀ : ଆସାମ ଜାତୀୟ ନାଗରିକ ପଞ୍ଜିକା (ଏନ୍‍ସିଆର)ରେ ପଞ୍ଜୀକରଣ ପାଇଁ ଅଦ୍ୟାବଧି ମୋଟ ୪୦ଲକ୍ଷ ମଧ୍ୟରୁ ମାତ୍ର ସାଢ଼େ ୪ଲକ୍ଷ ଆବେଦନ କରିଥିବା ଜଣାପଡ଼ିଛି। ଏହି ୪୦ଲକ୍ଷ ଚିଠା ଏନ୍‍ସିଆର ତାଲିକାରୁ ବାଦ ପଡ଼ିବା ପରେ ସୁପ୍ରିମକୋର୍ଟ ନିର୍ଦେଶ ଅନୁଯାୟୀ ନିଜକୁ ଭାରତୀୟ ନାଗରିକ ଭାବେ ପୁନର୍ବାର ତଥ୍ୟପ୍ରମାଣ ସହିତ ଆବେଦନ କରିବାର ସୁଯୋଗ ଦିଆଯାଇଛି। ଏତେ କମ୍‍ ସଂଖ୍ୟାରେ ଆବେଦନ କରାଯିବା ନେଇ ଶନିବାର କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, ବିଜେପି ସଭାପତି ଅମିତ ଶାହ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ଓ ଆଇବି ନିର୍ଦେଶକ ରାଜୀବ ଜୈନ ପ୍ରମୁଖ ଏକ ବୈଠକରେ ଆଲୋଚନା କରିଛନ୍ତି। ଜୁଲାଇ ୩୦ରେ ଏନ୍‍ଆରସି ତାଲିକା ପ୍ରକାଶ ପାଇବା ପରେ ୪୦ଲକ୍ଷ ଲୋକ ନାଗରିକତା ହରାଇବା ନେଇ ବିବାଦ ସୃଷ୍ଟି ହୋଇଥିଲା।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories