www.samajalive.in
Wednesday, December 10, 2025
23.1 C
Bhubaneswar

ଭକ୍ତ ଦାସଙ୍କ ପୁଅ ସାଗରଙ୍କ ନାମରେ ଅଭିଯୋଗ: ଟିକଟ ପାଇଁ ତେଲଙ୍ଗାନା ନେତାଙ୍କୁ ମାଗୁଥିଲେ ୩କୋଟି ଲାଞ୍ଚ!

ହାଇଦରାବାଦ : ତେଲଙ୍ଗାନାରେ କଂଗ୍ରେସ ଟିକଟ ବଣ୍ଟନ ନେଇ ସୃଷ୍ଟି ହୋଇଥିବା ବିବାଦର ପ୍ରତିଫଳନ ଘଟିଛି ଓଡ଼ିଶା କଂଗ୍ରେସରେ। ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ତେଲଙ୍ଗାନା ପାଇଁ ଅଲ୍‍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଦ୍ୱାରା ନିଯୁକ୍ତ ଟିକଟ ବଣ୍ଟନ କମିଟି(ସ୍କ୍ରିନିଂ କମିଟି) ଅଧ୍ୟକ୍ଷ ଭକ୍ତଚରଣ ଦାସଙ୍କ ପୁଅ ସାଗରଙ୍କ ନାମରେ ଗୁରୁତର ଭିଯୋଗ ଆଣିଛନ୍ତି ରଙ୍ଗାରେଡ୍ଡି ଜିଲା କଂଗ୍ରେସ କମିଟି ସଭାପତି କ୍ୟାମା ମାଲେସ। ଇବ୍ରାହିମ୍‍ପଟନମ୍‍ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଟିକଟ ଦେବାକୁ ତାଙ୍କଠାରୁ ସାଗର ଦାସ ୩ କୋଟି ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ମାଲେସ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତ ଏକ ଅଡିଓ ଟେପ୍‍ ସେ ରାଜ୍ୟ କଂଗ୍ରେସ ସଭାପତି ଉତ୍ତମ ରେଡ୍ଡି ଓ ସର୍ବଭାରତୀୟ କଂଗ୍ରେସ ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆଙ୍କ ନିକଟକୁ ପଠାଇଥିବା ଦାବି କରିଛନ୍ତି। ଏହି ଯେପ୍‍ କିଛି ଗଣମାଧ୍ୟମର ମଧ୍ୟ ହସ୍ତଗତ ହୋଇଛି।
ଇବ୍ରାହିମ୍‍ପଟନମ୍‍ ନିର୍ବାଚନ ମଣ୍ଡଳୀ ପାଇଁ ମାଲେସ୍‍ ଆଶାୟୀ ଥିଲାବେଳେ ତାଙ୍କ ନାମ ପ୍ରାର୍ଥିତାଲିକାରୁ ବାଦ୍‍ ଦିଆଯାଇଛି। ଏହି ଆସନ ପାଇଁ ତେଲୁଗୁଦେଶମ୍‍ ପାର୍ଟି ନେତାଙ୍କୁ ଟିକଟ ମିଳିଛି। ଏହାର ପ୍ରତିବାଦରେ ସେ ସ୍ୱାଧୀନ ଭାବେ ଲଢ଼ିବା ପାଇଁ ଘୋଷଣା କରିଛନ୍ତି। ତେବେ ମାଲେସ୍‍ଙ୍କ ଦ୍ୱାରା ପ୍ରସାରିତ ଅଡିଓ ଟେପ୍‍ର କଥୋପକଥନ ସ୍ପଷ୍ଟ ନଥିଲାବେଳେ ଏହାର ସ୍ୱରକୁ ନେଇ ସନ୍ଦେହ ରହିଛି। ଏହାସତ୍ତ୍ବେ ତେଲଙ୍ଗାନାରେ ଏହି ମାମଲା ବେଶ୍‍ ଚର୍ଚ୍ଚିତ ହୋଇଛି।
ଓଡ଼ିଶାରେ ଏହି ଚର୍ଚ୍ଚାର ପ୍ରତିଫଳନ ଘଟିଛି। ପୁଅ ବିରୋଧରେ ଲାଞ୍ଚ ଅଭିଯୋଗ ପରୋକ୍ଷ ଭାବେ ଭକ୍ତଙ୍କୁ ଅଡ଼ୁଆରେ ପକାଇଛି। ସାଗରଙ୍କର ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନଥିବାବେଳେ ମାଲେସ୍‍ଙ୍କ ଅଭିଯୋଗକୁ ଭକ୍ତ ଦାସ ଖଣ୍ଡନ କରିଛନ୍ତି। ଭକ୍ତ କହିଛନ୍ତି ଯେ ‘ମାଲେସ୍‍ଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ। ସେ ଇବ୍ରାହିମ୍‍ପାଟନମ୍‍ ଆସନରୁ ଟିକଟ ପାଇଁ ଆବେଦନ କରିଥିଲେ; କିନ୍ତୁ ରାଜ୍ୟରେ ମେଣ୍ଟ ହୋଇଥିବାରୁ ଏହି ଆସନ ତେଲୁଗୁଦେଶମ୍‍ ପାର୍ଟି ଭାଗରେ ପଡ଼ିଛି। ଟିକଟ ବଣ୍ଟନ ରାଜ୍ୟ କଂଗ୍ରେସ ସଭାପତିଙ୍କ ପରାମର୍ଶରେ ଚୂଡ଼ାନ୍ତ ହୋଇଥିବାରୁ ମୋର ଏଥିରେ କିଛି ଭୂମିକା ନାହିଁ। ମୁଁ ଯଦି କାହାଠାରୁ ୫ଟଙ୍କା ନେଇଥିବାର ପ୍ରମାଣ ମିଳେ ମୁଁ ରାଜନୀତି ଛାଡ଼ିଦେବି।’

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories