www.samajalive.in
Sunday, December 7, 2025
14.1 C
Bhubaneswar

ଆପଣ ମଧ୍ୟ ଏସିରେ ଅଧିକ ସମୟ ବିତାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ !

ବର୍ତ୍ତମାନ ସମୟରେ ବହୁ ଲୋକେ ଶୀତ ତାପ ନିୟନ୍ତ୍ରକ ବା ଏସିର ଏପରି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ ବିନା ଏସିରେ ରହିବା ସେମାନଙ୍କ ପାଇଁ ଅସମ୍ଭବ ହୋଇ ପଡ଼ୁଛି। ବିଶେଷ କରି କର୍ମଜୀବୀମାନେ ଦିନକୁ ୮ରୁ୧୦ ଘଣ୍ଟା ଏସିରେ ରହିଥା’ନ୍ତି। ଏମାନଙ୍କ ବ୍ୟତୀତ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଗରମ ଅଧିକ ହେଉ ବା କମ୍, ସବୁ ସମୟରେ ଏସିରେ ରହିବାକୁ ଭଲପାଆନ୍ତି। ହେଲେ ସେମାନେ ଏହା ଜାଣିରଖିବା ଉଚିତ୍ ଯେ ସବୁବେଳେ ଏସିରେ ରହିବାର ଅଭ୍ୟାସ ସ୍ୱାସ୍ଥ୍ୟ ପ୍ରତି ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ନିୟମିତ ଅଧିକ ସମୟ ଯାଏ ଏସିରେ ରହିବା ଦ୍ବାରା ଶରୀରର କି କ୍ଷତି ହୋଇଥାଏ –

୧. ସବୁବେଳେ ଏସିରେ ରହିବା ଦ୍ୱାରା ଏସିର ପବନ ଶରୀରରୁ ଆର୍ଦ୍ରତା ଶୋଷି ନିଏ ଯଦ୍ବାରା ଚର୍ମ ଶୁଷ୍କ ହୋଇଯାଏ। ଫଳରେ ଚର୍ମ କୁଞ୍ଚନ, କୁଣ୍ଡାଇ ହେବା ଓ ଚମଡ଼ା ଛାଡ଼ିବା ଭଳି ଅନେକ ଚର୍ମଜନିତ ସମସ୍ୟା ଦେଖାଦିଏ।
୨. ନିୟମିତ ଏସିରେ ରହିଲେ, ଶରୀରକୁ ପ୍ରାକୃତିକ ସତେଜ ପବନ ମିଳେ ନାହିଁ। ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ।
୩. ଏସିରେ ଅଧିକ ସମୟ ରହିବା ଦ୍ବାରା ଶରୀରର ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ। ଏହା ମାଂସପେଶୀକୁ କ୍ଷତି ପହଞ୍ଚାଇବା ସହ ହାଡ଼ ମଧ୍ୟ ଦୁର୍ବଳ ହୋଇଯାଏ।
୪. ଅଧିକ ସମୟ ଏସିରେ ରହିବା ଦ୍ୱାରା ଜୀବାଣୁ ଜନିତ ସଂକ୍ରାମକ ରୋଗ, ଥଣ୍ଡା, ମୁଣ୍ଡ ବିନ୍ଧା ଓ ସାଇନସ୍ ପରି ସମସ୍ୟା ସୃଷ୍ଟି ହୁଏ।
୫. ଦୀର୍ଘ ସମୟ ଏସିରେ ରହିବା ଦ୍ୱାରା ଶରୀରର ଜଳୀୟ ଅଂଶ କମିଯାଏ। ଫଳରେ ଡିହାଇଡ୍ରେସନ୍ ହେବା ସହ ଅନେକ ରୋଗ ସୃଷ୍ଟି ହୋଇଥାଏ।
୬. ଆଜ୍ମା ବା ଶ୍ୱାସ ରୋଗୀ ଏସିରେ ଅଧିକ ସମୟ ବିତାଇବା ଅନୁଚିତ। ଏହାଦ୍ବାରା ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories