www.samajalive.in
Saturday, December 13, 2025
18.1 C
Bhubaneswar

ମୁଣ୍ଡ ବିନ୍ଧା ଲାଗି ରହୁଛି କି? ଜାଣନ୍ତୁ..

ବର୍ତ୍ତମାନ ସମୟରେ ମୁଣ୍ଡ ବିନ୍ଧା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଅନେକ ଲୋକଙ୍କର ସକାଳୁ ଉଠିବା ପରେ ସେମାନଙ୍କ ମୁଣ୍ଡ ବିନ୍ଧା ହୋଇଥାଏ। ଏହାଦ୍ୱାରା ଦିନଯାକ ବ୍ୟସ୍ତତା ଅନୁଭବ ହୋଇଥାଏ। କାମ କରିବାକୁ ମଧ୍ୟ ଆଗ୍ରହ ହୋଇନଥାଏ। ଖାଦ୍ୟ ଖାଇବାକୁ ମଧ୍ୟ ଇଚ୍ଛା ହୋଇନଥାଏ। ମୁଣ୍ଡ ବିନ୍ଧାରୁ ରକ୍ଷା ପାଇଁ ଅନେକ ବାରମ୍ବାର ଔଷଧ ମଧ୍ୟ ସେବନ କରିଥାଆନ୍ତି। ସଠିକ୍‌‌ ଭାବେ ଭୋଜନ ନକରିବା, ଉପବାସ ରହିବା ମୁଣ୍ଡ ବିନ୍ଧା ହେବାର ଏକ ମୁଖ୍ୟ କାରଣ। ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ହେବା ମଧ୍ୟ ମୁଣ୍ଡ ବିନ୍ଧାର ଏକ କାରଣ। ତେବେ ଏପରି କେତେକ ଖାଦ୍ୟ ବିଷୟରେ ଜାଣନ୍ତୁ ଯାହାର ସେବନ ଦ୍ୱାରା ବାରମ୍ବାର ହେଉଥିବା ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ।
ମୁଣ୍ଡ ବିନ୍ଧା ଲାଗି ରହୁଥିଲେ,ସେଓର ସେବନ କରନ୍ତୁ। ନିଜ ଦୈନନ୍ଦିନ ଖାଦ୍ୟରେ ସେଓ ନିଶ୍ଚୟ ସାମିଲ କରନ୍ତୁ। ସେଓରେ ପୋଟାସିୟମ,ଆଇରନ,ଫାଇବର ଓ ଭିଟାମିନ ସି ଭରପୁର ମାତ୍ରାରେ ରହିଛି। ନିୟମିତ ସେଓ ଖାଇବା ଦ୍ୱାରା ଧିରେ ଧିରେ ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ। ସେଓରେ ଥିବା ପୋଟାସିୟମ ମୁଣ୍ଡ ବିନ୍ଧା ଦୂର କରିଥାଏ। ସେଓ ବ୍ୟତୀତ କଦଳୀ, ତରଭୂଜ ମଧ୍ୟ ସେବନ କରିପାରିବେ।
ନିୟମିତ ମୁଣ୍ଡ ବିନ୍ଧା ହେଉଥିଲେ ନିଜ ଖାଦ୍ୟରେ ଦହି ସେବନ କରନ୍ତୁ। ଦହିର ସେବନ କରିବା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ। ଏହା ଶରୀରରେ ଜଳୀୟ ଅଂଶ ସଠିକ୍‌‌ ରଖିଥାଏ। ଦହିରେ କ୍ୟାଲସିୟମ ରହିଛି। ଦହି ସେବନ ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ।
ପଇଡ ପାଣିର ସେବନ କରନ୍ତୁ। ପଇଡ ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ। ପଇଡ ପାଣି ପୋଷକ ତତ୍ତ୍ୱର ଭଣ୍ଡାର। ଏଥିରେ ପୋଟାସିୟମ, ଫାଇବର, ପ୍ରୋଟିନ୍‌‌ , ଭିଟାମିନ୍‌‌ ସି ରହିଛି। ଏହା ଶରୀରକୁ ଦୁର୍ବଳ ହେବାକୁ ଦେଇନଥାଏ। ମୁଣ୍ଡ ବିନ୍ଧା ଦୂର ହୋଇଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories