www.samajalive.in
Wednesday, December 10, 2025
16.1 C
Bhubaneswar

ଗଂଜେଇ ସହ ଟ୍ରକ ଜବତ, ୨ ଗିରଫ

ଫୁଲବାଣୀ: ଫିରିଙ୍ଗିଆ ଥାନାରେ ଘଟିଥିବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଚୋରା ଗଂଜେଇ ଜବତ ଓ ଏଥିରେ ସଂପୃକ୍ତ ମାନଙ୍କୁ ଗିରଫ ପାଇଁ କନ୍ଧମାଳ ପୁଲିସ୍‌‌ ପାଇଁ ଏବେ ବଡ଼ ଚ୍ୟାଲେଞ୍ଚ ସୃଷ୍ଟି ହୋଇଛି। ଏପରିକି ଜବତ ଗଂଜେଇକୁ କିଛି ପୁଲିସ୍‌‌ କର୍ମଚାରୀ ବାହାରେ ଖୋଲାଖୋଲି ଭାବେ ବିକ୍ରି କରୁଥିବା ଭଳି ସଙ୍ଗୀନ୍‌‌ ଅଭିଯୋଗ କରି ଉତ୍ତେଜିତ ଜନତା ଗତ ଦିନରେ ଫିରିଙ୍ଗିଆ ଥାନାର ମଧ୍ୟ ନିଆଁ ଲଗାଇ ଦେବା ଭଳି ଘଟଣା ପୁଲିସ୍‌‌ ପାଇଁ ଚିନ୍ତାର କାରଣ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ପୁଲିସ୍‌‌ ପ୍ରାୟ ୨୧ ଜଣକୁ ଗିରଫ କରିଥିବା ବେଳେ ପ୍ରାୟ ୫୦ ଜଣଙ୍କ ନାମରେ ମାମଲା ରୁଜୁକରିଛି। ଏପରିକି ଏହି ମାମଲାରେ ୩୦୦ରୁ ଉର୍ଦ୍ଧ ଜଣଙ୍କୁ ମଧ୍ୟ ଚିହ୍ନଟ କରିଛି। କେବଳ ସେତିକି ନୁର୍ହେ , ପୁଲିସ୍‌‌ ପକ୍ଷରୁ ମଧ୍ୟ ଏହି ଘଟଣା ପରେ କଡ଼ା ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଥିଲେ ମଧ୍ୟ ଆଜି ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଗୋଛାପଡ଼ା ପୁଲିସ୍‌‌ ଚୋରରେ ଗଂଜେଇ ଚାଲାଣ ବେଳେ ଦୁଇ କୁଇଣ୍ଟାଲ୍‌‌ ୫୦ କେଜି ଗଂଜେଇ ଜବତ କରିବା ସହିତ ଏକ ଟ୍ରକ୍‌‌ ନମ୍ବର ଓଆର୍‌‌-୧୫ଏନ୍‌‌-୭୨୮୬ ମଧ୍ୟ ଜବତ କରିଛି।

ଏହି ମାମଲାରେ ୨ ଜଣକୁ ଗିରଫ କରିଥିବା ବେଳେ ସେମାନେ ହେଲେ ଫୁଲବାଣୀ ଆଦର୍ଶ ଥାନା ଅନ୍ତର୍ଗତ ଇରିଗେସନ୍‌‌ କଲୋନିର ପ୍ରକାଶ ସାହୁ (୪୩) ଏବଂ ଅନୁଗୁଳ ଜିଲା ଲୁହୁମୁଣ୍ଡା ଅଞ୍ଚଳର ସୁଧାକର ବିଶ୍ୱାଳ (୨୦)କୁ ପୁଲିସ୍‌‌ ଗିରଫ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ ଟ୍ରକ୍‌‌ରେ ଚୋରା ଚାଲାଣ ହେଉଥିବା ନେଇ କୌଣସି ପ୍ରକାର ଖବର ପାଇ ପୁଲିସ୍‌‌ ଡ଼ୁଣୁକି ନାଳ ନିକଟସ୍ଥ ଦୋକାନପଦର ଛକରେ ତନଖୀ ବେଳେ ଏହି ଗଂଜେଇ ଜବତ କରିଛି। ଏହି ମାମଲାରେ ପୁଲିସ୍‌‌ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣେ ଫେରାର୍‌‌ ହୋଇଯାଇଛି। ଫେରାରକୁ ତୁରନ୍ତ ଗିରଫ ପାଇଁ ପଦକ୍ଷେପ ନିଆଯାଉଥିବା ପୁଲିସ୍‌‌ ପ୍ରକାଶ କରିଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories