www.samajalive.in
Friday, November 14, 2025
25.1 C
Bhubaneswar

ଜିଲା ସରପଞ୍ଚ ସଂଘ ଗଠିତ

ସମ୍ବଲପୁର: ସ୍ଥାନୀୟ ସମ୍ବଲପୁର ଜିଲା ପ୍ରେକ୍ଷାଳୟ ତପସ୍ୱୀନି ହଲ ଠାରେ ବୁଧବାର ଜିଲ୍ଲାର ୯ ଟି ବ୍ଲକର ସରପଞ୍ଚ୍ ମାନେ ଏକାଠି ହୋଇ ଜିଲ୍ଲା ସରପଞ୍ଚ୍ ସଂଘ ଗଠନ କରିଛନ୍ତି। ରାଜା ପାଲଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପ୍ରଫୁଲ୍ଲ ମିର୍ଦ୍ଧା, ଅରୁଣ ନାଏକ, ବିମଲ ଲାକ୍ରା,ସଞ୍ଜିବ ପୂଝାରୀ,ରାମ ପ୍ରସାଦ ସାହୁ, ସଞ୍ଜିବ ପ୍ରଧାନ,ସୁଷମା ସାହୁ,ଚିତ୍ତ ରଞ୍ଜନ ବାଗ,ଧନୁର୍ଜୟ ନାୟକ ପ୍ରମୂଖ ଆଲୋଚନାରେ ଭାଗ ନେଇ ଥିଲେ। ଜିଲ୍ଲାର ସରପଞ୍ଚ୍ ମାନଙ୍କ ପ୍ରତି ପ୍ରଶାସନିକ ଅସହଯୋଗ ଯୋଗୁଁ ଗ୍ରାମ୍ୟ ବିକାଶରେ ପ୍ରତିବନ୍ଧକ ହେବା ସହ ପଲ୍ଲି ଅବା ଗ୍ରାମସଭା ନିଷ୍ପତ୍ତିକୁ ଅଣଦେଖା କରି ପ୍ରଶାସନ ନିଜ ମର୍ଜି ନେଇ କାମ କରୁଥିବାରୁ ଆୟୋଜିତ ସମାବେଶରେ ଅଧିକାଂଶ ସରପଞ୍ଚ୍ ଏହା ବିରୋଧରେ ବିଷୋଦଗାର କରି ସରପଞ୍ଚ ଏକତା ନେଇ ଗ୍ରାମ୍ୟ ବିକାଶରେ ନିଜର ଯୋଗଦାନକୁ ମଜଭୁତ କରିବା ନେଇ ମତ ଦେଇଥିଲେ। ଧର୍ମ ସଂସ୍କୃତିକୁ ଉଜ୍ଜିବିତ କରିବାକୁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନକୁ କେଉଁ ବାଟରେ ଓ କେଉଁ କାମ ପାଇଁ ବ୍ୟବହାର କରାଯିବ ତାହା ସରପଞ୍ଚ୍ ମାନଙ୍କ କ୍ଷମତା ପରିସର ଭୁକ୍ତ ହୋଇଥିଲେ ମଧ୍ୟ ଏଥିରେ ବ୍ଲକ୍ ପ୍ରଶାସନ ମୁଣ୍ଡ ପୁରାଇବା ସହିତ ବିଭିନ୍ନ ରାଜନୈତିକ ହସ୍ତକ୍ଷେପକୁ ସରପଞ୍ଚ୍ ମାନେ କଡା ସମାଲୋଚନା କରି ଏହା ହେଲେ ସରକାରଙ୍କ ମୂଳ ଉଦ୍ଦେଶ୍ୟ ସଫଳ ହୋଇ ପାରିବ ନାହିଁ କି ସଫଳ ହୋଇ ପାରିବନି ଓ ଅନୁଦାନ ଅର୍ଥ ଅପବ୍ୟୟର କାରଣ ସାଜିବ ବୋଲି ଏକ ସ୍ୱରରେ ସରପଞ୍ଚ୍ ମାନେ ଯୁକ୍ତି ବାଢିଛନ୍ତି। ଏକତା ଓ ସଂହରି ନହେଲେ ସରପଞ୍ଚ୍ ମାନଙ୍କ କାମରେ ଅଯଥା ହସ୍ତକ୍ଷେପ ବିକାଶର ପରିପନ୍ଥି ସାଜି ସମାଜରେ ସରପଞ୍ଚ୍ ମାନେ ନିନ୍ଦିତ ହେବାର ଆଶଙ୍କାକୁ ଏଡାଇ ସରପଞ୍ଚ୍ ଏକତା ପ୍ରତି ଗୁରୁତ୍ୱ ଦିଆ ଯାଇଥିଲା । ଏକତା ବଳରେ ଜିଲ୍ଲା ସରପଞ୍ଚ୍ ନିଜର ମୌଳିକ ଦାୟିତ୍ୱ ନିର୍ବାହ କରିବା ସହ ସଂଘ ଗଠନର ଆବଶ୍ୟକାତା ଉପରେ ଗୁରୁତ୍ୱ ଦେଇଥିଲେ। ଏହାକୁ ନେଇ ଜିଲ୍ଲା ସ୍ତରୀୟ ସରପଞ୍ଚ୍ ସଂଘ ଗଠନ ହୋଇଥିଲା। ଏଥିରେ ଯୁଯୋମୁରା ବ୍ଲକ୍ ର ପ୍ରଫୁଲ୍ଲ ମିର୍ଦ୍ଧା ସଭାପତି, ନାକଟିଦେଉଲ ବ୍ଲକ୍ ର ରାମପ୍ରସାଦ ସାହୁ ସାଧାରଣ ସଂପାଦକ ଭାବେ ମନୋନୀତ ହୋଇଛନ୍ତି।ସେହିପରି ଯୁଯୋମୁରା ବ୍ଲକ୍ ର ସରସ୍ବତୀ ଭୋସାଗର ଓ ମାନେଶ୍ୱର ବ୍ଲକର ଲଲିତା ପ୍ରଧାନ ଉପ ସଭାନେତ୍ରୀ, ମାନେଶ୍ୱର ବ୍ଲକ୍ ର ସଞ୍ଜିବ ପୂଝାରୀ ଓ ବାମରାର ତ୍ରିଲିଙ୍ଗ ଛତ୍ରିଆ ସଂପାଦକ ମନୋନୀତ ହୋଇଥିବା ବେଳେ ରେଙ୍ଗାଲିର ମମତା ପୂଝାରୀ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଏମାନଙ୍କ ସହ ପାଣ୍ଡବ ପ୍ରଧାନ, ଲଲିତା ପ୍ରଧାନ, ତୁଙ୍ଗବନ୍ଧୁ ବିଶ୍ୱାଲ, ଭାଗିନ୍ଦୁଆ କିଶାନ, ମନ୍ଦାକିନି ନାଏକ, ମମତା ଭର୍ଗୁଆ, ପ୍ରେମଶିଳା ପ୍ରଧାନ, ଏମ.କେ ନାଥ, ପିଙ୍କି ନାୟକ, ପ୍ରହଲ୍ଲାଦ ଧରୁଆ, ଦିବାକର ବେହେରା, ସରୋଜ ମେହେର ପ୍ରମୁଖ ୧୮ ଜଣ କାର୍ୟ୍ୟକାରୀ କମିଟିକୁ ମନୋନୀତ ହୋଇଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ, ସରୋଜ ସାହୁ ଓ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ପରିଚାଳନା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ୍ କ୍ଷୀରୋଦ ରାଉଳ, ଅନ୍ତର୍ଜାମୀ ପ୍ରଧାନ, ମମତା ପ୍ରଧାନ, ନିରଞ୍ଜନ ପଣ୍ଡା, ଗୀତାଞ୍ଜଳି ଦେହୂରୀ ପ୍ରମୂଖ ଏଥିରେ ସହଯୋଗ କରିଥିଲେ।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories