ସମ୍ବଲପୁର: ସମ୍ବଲପୁର ଗୋବିନ୍ଦତୋଲା ନିବାସୀ ଇସାନ କୁମାର ପ୍ରଧାନ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଗତ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ପାରାଦ୍ୱୀପ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ୯୦ କିଗ୍ରାରୁ ଉର୍ଦ୍ଧ ବର୍ଗରେ ଇସାନ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲାକୁ ଗୌରବାନ୍ୱିତ କରିଛନ୍ତି। ସ୍ୱର୍ଣ୍ଣ ପଦକ ଜିଣିବା ସହିତ ଇସାନ ଆଗାମୀ ୨୮ ତାରିଖରେ ରାଜଧାନୀ ନୁଆଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଜୁଡୋ ପ୍ରତିଯୋଗିତା ପାଇଁ ଓଡ଼ିଶାର ମନୋନୀତ ହୋଇ ରାଜ୍ୟକୁ ପ୍ରତିନିଧିତ୍ୱ କରିବେ। ବିଗତ ଦିନରେ ଯୁବ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୬ଟି ସ୍ୱର୍ଣ୍ଣ ପଦକ ହାସଲ କରି ସାରିଥିବା ବେଳେ ଖେଲୋ ଇଣ୍ଡିଆ ପାଇଁ ମଧ୍ୟ ଖେଳି ସାରିଛନ୍ତି। ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ କୋଚ ଗୀତାଞ୍ଜଳି ପଣ୍ଡାଙ୍କ ଦ୍ୱାରା ପ୍ରଶିକ୍ଷିତ ହେଉଛନ୍ତି। ଇସାନ ଙ୍କ ଏହି ସଫଳତା ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।
Popular Categories



