www.samajalive.in
Sunday, December 14, 2025
14.1 C
Bhubaneswar

ଟିଙ୍କରୁ ସଂକ୍ରମଣ ଏବଂ ଜର ୨୭ ବର୍ଷିୟା ମହିଳାଙ୍କ ମୃତ୍ୟୁ – ସଂକ୍ରମଣ ପରେ ଆଖିରୁ ରକ୍ତ ବାହାରିଥିଲା

ଲଣ୍ଡନ – ୟୁରୋପର ଉତ୍ତର ମାକାଡୋନିଆରେ କ୍ରିମେନ-କଙ୍ଗୋ ହାମୋରେଜିକ୍‌ ଜ୍ୱରରେ ୨୭ ବର୍ଷିୟ ମହିଳାଙ୍କର ମୃତ୍ୟୁ ହୋଇଛି । ଟିଙ୍କରୁ ଏହି ଜର ବ୍ୟାପିଥାଏ । ଏଥିରେ ସଂକ୍ରମିତ ୪୦ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଥାଏ । ଏହା ସାଧାରଣତଃ କୁକୁର, ଗାଈ ଏବଂ ବିଲେଇ ତଥା ଅନ୍ୟ ଗୃହପାଳିତ ଜୀବଙ୍କ ଶରୀରରରେ ବେଶୀ ଦେଖାଯାଇଥାଏ । ଏହି ପରଜୀବୀ ଅନ୍ୟ ଜୀବଙ୍କର ରକ୍ତ ପିଇ ବଞ୍ଚିଯାଏ ଏବଂ ତାଙ୍କରି ଶରୀରରେ ଅଣ୍ଡା ଦେଇଥାଏ ।

ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସହ କାମ କରୁଥିବା ୬୭ ଜଣଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଛି । ଏହା ମଣିଷ ଠାରୁ ମଣିଷଙ୍କୁ ମଧ୍ୟ ବ୍ୟାପିଥାଏ ।

- Advertisement -

ମହିଳା ଜଣଙ୍କ ଜୁଲାଇ ୧୯ ତାରିଖରେ ବୁଲିବା ପାଇଁ ଯାଇଥିବା ବେଳେ ତାଙ୍କୁ କାହାଠାରୁ ଟିକ୍‌ ବା ଟିଙ୍କ ବ୍ୟାପିଥିଲା । ଏହାର ୪ ଦିନ ପରେ ସେ ଅସୁସ୍ଥ ହୋଇଯାଇଥିଲେ । ପରେ ତାଙ୍କୁ ଥଣ୍ଡା ପରି ଲକ୍ଷଣ ଦେଖା ଦେଇଥିଲା । ଆଖି ଲାଲ ସହ ନାକରୁ ସିଙ୍ଘାଣୀ ବାହାରିବା ଏବଂ ଶ୍ୱାସ କ୍ରିୟାରେ ଅସୁବିଧା ହୋଇଥିଲା । ପରେ ଆଖିରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା । ପ୍ରବଳ ଜର ସହ ଘୋଳା ବିନ୍ଧା ହୋଇଥିଲା ।

ତାଙ୍କ ଶରୀରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ରକ୍ତ ବାହାରିବା ଯୋଗୁଁ ମୃତ୍ୟୁ ହୋଇଛି । ଏବେ ଏହି ସଂକ୍ରମଣ ଆଫ୍ରିକା ସହ ଏସିଆ ଏବଂ ମଧ୍ୟପ୍ରାଚ୍ୟରେ ଦେଖାଯାଉଛି । ପାଣି ପାଗ ପରିବର୍ତ୍ତନ ଯୋଗୁଁ ଏହା ଏବେ ୟୁରୋପରେ ଦେଖା ଯାଇଥିବା କଥା କୁହାଯାଉଛି । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟରେ ଦର୍ଶାଯାଇଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories