www.samajalive.in
Sunday, December 14, 2025
16.1 C
Bhubaneswar

ରାହୁଲଙ୍କ ‘ଫ୍ଲାଇଙ୍ଗ କିସ’ ଓ ରାଣେଙ୍କ ‘ଔକାତରେ ରହ’ ମନ୍ତବ୍ୟ – ଲୋକସଭା ସରଗରମ

ଡେସ୍କ: ମଣିପୁର ହିଂସା ଘଟଣାକୁ ନେଇ ସଂସଦର ଚଳିତ ଅଧିବେଶନ ସରଗରମ ଥିବା ବେଳେ ଆଜି ଲୋକସଭାରେ ଦୁଇଟି ଘଟଣାରେ ସାଂସଦଙ୍କ ଆଚରଣ ନେଇ ସାଧାରଣ ଜନତା ବ୍ୟଥିତ ହୋଇଛନ୍ତି। ଚଳିତ ଅଧିବେଶନ ଆରମ୍ଭ ହେବାର ୨ ଦିନ ପୂର୍ବରୁ ମଣିପୁର ହିଂସା ସମୟରେ ଦୁଇ ଜଣ କୁକୀ ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ଣ କରି ବୁଲାଇବା ଓ ନିର୍ଯାତନା ଦେବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଥିଲା ବିରୋଧୀ ଓ ଶାସକ ସଦସ୍ୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ। ତେବେ ବିରୋଧୀ କଂଗ୍ରେସ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଆଲୋଚନା ସମୟରେ ଘଟିଥିବା ଦୁଇଟି ଘଟଣା ନିର୍ବାଚିତ ପ୍ରତିନିଧିମାନଙ୍କ ସଂସଦ ଗୃହରେ କାର୍ଯ୍ୟକଳାପକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତେବେ ଏହି ଦୁଇଟି ଘଟଣା ମଧ୍ୟରୁ ଗୋଟିଏ ଘଟଣାର ପ୍ରାମାଣିକତା ସଂସଦର ଭିଡିଓ ରେକର୍ଡିଙ୍ଗରେ ରହିଥିବା ବେଳେ ଅନ୍ୟ ଘଟଣାର କୌଣସି ସତ୍ୟାସତ୍ୟ ସାବ୍ୟସ୍ତ ହୋଇପାରିନାହିଁ।

ପ୍ରଥମ ଘଟଣା – କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଫ୍ଲାଇଙ୍ଗ କିସ’

ଅଭିଯୋଗ ଅନୁଯାୟୀ ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ବକ୍ତବ୍ୟ ରଖିଥିଲେ ଓ ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବକ୍ତବ୍ୟ ରଖୁଥିବା ସମୟରେ ରାହୁଲ ନିଜ ଆସନରୁ ଉଠି ବାହାରକୁ ଯାଉଥିବା ବେଳେ ସେ ସ୍ମୃତି ଇରାନୀଙ୍କ ଆଡକୁ ଚାହିଁ ଫ୍ଲାଇଙ୍ଗ କିସ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ମୃତି ଇରାନୀ ଓ ଶାସକ ଦଳର ଅନ୍ୟ ମହିଳା ସାଂସଦମାନେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଓ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଲୋକସଭା ବାଚସ୍ପତି ମଧ୍ୟ ସିସି ଟିଭି ଦେଖିବା ପରେ ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାହୁଲ ଫ୍ଲାଇଙ୍ଗ କିସ ଦେଉଥିବାର କୌଣସି ପ୍ରମାଣ ନାହିଁ।

- Advertisement -

ଏହି ଘଟଣାକୁ ନେଇ କଂଗ୍ରେସ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ମଣିପୁର ଘଟଣାରୁ ଲୋକଙ୍କ ନଜର ହଟାଇବା ଲାଗି ବିଜେପି ଏଭଳି ହୀନ ଉଦ୍ୟମ କରୁଛି। ବିଜେପି କହିଛି, ଏହା କଣ ଗାନ୍ଧୀ ଖାନଦାନର ପ୍ରତୀକ?

ଦ୍ଵିତୀୟ ଘଟଣା – କେନ୍ଦ୍ରମନ୍ତ୍ରୀ ନାରାୟଣ ରା଼ଣେଙ୍କ ‘ଔକାତ ନାହିଁ’ ମନ୍ତବ୍ୟ

ଆଜି ଲୋକସଭାରେ ଘଟିଥିବା ଦ୍ଵିତୀୟ ଘଟଣାଟି ଶାସକ ବିଜେପିର ଜଣେ ମନ୍ତ୍ରୀଙ୍କ ଔଦ୍ଧତ୍ୟର ସ୍ୱର ପ୍ରକାଶ କରୁଛି। ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଶିବସେନା (ୟୁବିଟି) ଦଳର ସାଂସଦ ଅରବିନ୍ଦ ସାୱନ୍ତଙ୍କ ପ୍ରତି ଏମିତି କିଛି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ।

ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସମୟରେ ଶିବସେନା (ୟୁବିଟି) ଦଳର ସାଂସଦ ଅରବିନ୍ଦ ସାୱନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ କହିଥିଲେ, ‘ଆରେ ବୈଠ, ଆରେ ପିଛେ ବୈଠ…ଔକାତ ନେହିଁ ହୈ…ତୁହ୍ମାରି ଔକାତ ନିକାଲୁଙ୍ଗା’। ଅର୍ଥାତ “ଆରେ ବସ, ଆରେ ପଛରେ ବସ…ତୋର ଔକାତ ନାହିଁ…ତୋ ଔକାତ ଦେଖାଇବି”।

ବାଚସ୍ପତି ଏଭଳି ବ୍ୟକ୍ତିଗତ ଓ ମାନହାନି ସୂଚକ ମନ୍ତବ୍ୟ ନ ଦେବାକୁ କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ କହିଥିଲେ ମଧ୍ୟ ସେ ଶୁଣି ନ ଥିଲେ ଏବଂ ପୁଣି କହିଥିଲେ, ତୋର ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ କିଛି କହିବାର ଔକାତ ନାହିଁ। ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡିଛି। ମୋଦୀ ସରକାରଙ୍କ ମନ୍ତ୍ରୀ ସଂସଦ ଭିତରେ ଅନ୍ୟ ଜଣେ ସାଂସଦଙ୍କୁ ଧମକାଇବା ଅତ୍ୟନ୍ତ ଲଜ୍ଜାକର ଘଟଣା ବୋଲି ଆପ କହିଛି। ଏହି ମନ୍ତ୍ରୀଙ୍କ ବ୍ୟବହାର ସରକାରର ମାନ ଦର୍ଶାଉଛି ବୋଲି ଶିବସେନା (ୟୁବିଟି) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories