www.samajalive.in
Monday, December 15, 2025
27.1 C
Bhubaneswar

ନଟରାଜ କଳା ମନ୍ଦିର ଦ୍ଵାରା ବର୍ଷା ନୃତ୍ୟ ସଙ୍ଗୀତ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ: ନଟରାଜ କଳା ମନ୍ଦିର ଫୁଲବାଣୀ ଦ୍ଵାରା ବର୍ଷା ନୃତ୍ୟ ସଙ୍ଗୀତ ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ହୋଇସାରିଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷ ସ୍ମିତାରାଣୀ ମହାନ୍ତି, ଲାଇନପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସାହାଣୀ, ବିଶିଷ୍ଠ ଚଳଚ୍ଚିତ୍ର ଅଭିନେତା ଜଳନ୍ଧର ବେହେରା, ନୃତ୍ୟାଞ୍ଜଳି ଭୁବନେଶ୍ବର ର ଗୁରୁ ପୁଷ୍ପ ରଞ୍ଜନ ମଙ୍ଗରାଜ, ଅନୁଷ୍ଠାନ ଉପଦେଷ୍ଟା ତଥା ନୃତ୍ୟ ଗୁରୁ ବିକ୍ରମ ସାମଲ ଯୋଗଦାନ କରିଥିଲେ।

ସେହିଭଳି ସମ୍ବର୍ଦ୍ଧନା ପର୍ବ ଅବସରରେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ, ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ବରିଷ୍ଠ ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ପ୍ରଭୃତି ଯୋଗଦାନ କରି କଳାକାରଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ରକ୍ତଦାନ ଓ ସମାଜ ସେବା କ୍ଷେତ୍ରରେ ପ୍ରଶାନ୍ତ କୁମାର ବେହେରା, ଭି ଲୋକନାଥ ରାଜୁ, ମୁସ୍କାନ୍ ସୁଆର, ରକ୍ତ ଭଣ୍ଡାର ଦାୟିତ୍ଵରେ ଥିବା ଦୀନକୃଷ୍ଣ ମହନ୍ତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

- Advertisement -

ସେହିଭଳି କଳା ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ଭୁବନେଶ୍ଵରର ଗୁରୁ ପୁଷ୍ପ ରଞ୍ଜନ ମଙ୍ଗରାଜ, ବୌଦ୍ଧର ଗୁରୁ ଲକ୍ଷ୍ମୀନାରାୟଣ ପୁରୋହିତ, କେଉଁଝରର ଗୁରୁ ସଞ୍ଜୟ କୁମାର ଦାସ, ବରଗଡର ଗୁରୁ ଶିବଶଙ୍କର ମେହେର, ଆଦିଙ୍କୁ ନଟରାଜ କଳା ମନ୍ଦିର ସମ୍ମାନ ପ୍ରଦାନ କରାଯାଇଥିଲା।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories