www.samajalive.in
Saturday, December 13, 2025
27.1 C
Bhubaneswar

ଗ୍ୟାଷ୍ଟ୍ରିକ ସମସ୍ୟା ; ଜାଣି ରଖନ୍ତୁ ..

ବର୍ତ୍ତମାନ ସମୟରେ ଗ୍ୟାଷ୍ଟ୍ରିକ ସମସ୍ୟା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିପାଇଁ ଅନେକ ନିୟମିତ ଔଷଧର ସେବନ ମଧ୍ୟ କରି ଥାଆନ୍ତି। ତେବେ ଏହି ସମସ୍ୟା ଲାଗି ରହୁଥିଲେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏପରି କିଛି ଖାଦ୍ୟ ଜିନିଷ ରହିଛି, ଯାହାର ସେବନ ଦ୍ୱାରା ଗ୍ୟାଷ୍ଟ୍ରିକ୍‌‌ ସମସ୍ୟା ଅଧିକ ହୋଇଥାଏ। ଜାଣନ୍ତୁ..
ଅଧିକାଂଶ ଲୋକଙ୍କୁ ପପକର୍ଣ୍ଣ ଖାଇବା ବେଶ ପସନ୍ଦ। ବାହାରେ ବୁଲାବୁଲି କରିବା ସମୟରେ ହେଉ କିମ୍ବା ଫିଲ୍ମ ଦେଖିବା ସମୟରେ ସଭିଏଁ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ମାତ୍ର ଯେଉଁ ମାନଙ୍କର ଗ୍ୟାଷ୍ଟ୍ରିକ୍‌‌ ସମସ୍ୟା ରହିଛି,ସେମାନେ ପପକର୍ଣ୍ଣ ଅଧିକ ଖାଇବା ଉଚିତ୍‌‌ ନୁହେଁ। ମାସକୁ ଥରେ ଖାଇ ପାରିବେ। ମାତ୍ର ଖାଇବା ସମୟରେ ଏଥିରେ ଅଳ୍ପ ପରିମାଣରେ ଜିରା ଗୁଣ୍ଡ କିମ୍ବା କଳାଲୁଣ ମିଶାଇ ଖାଆନ୍ତୁ।
ସାଲାଡ୍‌‌ ଏକ ସ୍ୱାସ୍ଥ୍ୟକର ଖାଦ୍ୟ। ମାତ୍ର ଅନେକ ସମୟରେ ସାଲାଡ୍‌‌ ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ। ଏହା ଗ୍ୟାଷ୍ଟ୍ରିକ୍‌‌ର କାରଣ ପାଲଟିଥାଏ।
ଏହାକୁ ସିଧାସଳଖ କଞ୍ଚା ନଖାଇ ଅଳ୍ପ ବାମ୍ଫ କିମ୍ବା ହାଲକା ଭାବେ ଉଷୁମ କରନ୍ତୁ। ଏଭଳି କରିବା ଦ୍ୱାରା ଏହା ସହଜରେ ହଜମ ହୋଇଥାଏ। ଗ୍ୟାଷ୍ଟ୍ରିକ୍‌‌ ସୃଷ୍ଟି କରି ନଥାଏ।
ଚୁଇଙ୍ଗମ – କେତେକଙ୍କୁ ଚୁଇଙ୍ଗମ ଖାଇବା ଖୁବ ପସନ୍ଦ। ମାତ୍ର ଏହା ଖାଇବାକୁ ନରମ ହେଲେ ମଧ୍ୟ ଗ୍ୟାଷ୍ଟ୍ରିକ୍‌‌ ସୃଷ୍ଟି କରିଥାଏ। ଏଥିପାଇଁ ଅନେକ କୁହନ୍ତି ଚୁଇଙ୍ଗମ ଖାଇବା ପରେ ମୁଣ୍ଡ ବିନ୍ଧା ସମସ୍ୟା ହୋଇଥାଏ। ଚୁଇଙ୍ଗମ ଖାଇବା ସମୟରେ ଅଧିକ ପବନ ପାଟି ଦ୍ୱାରା ପେଟ ଭିତରକୁ ଯାଇଥାଏ। ଏହା ପାଚନ ତନ୍ତ୍ର ମଧ୍ୟକୁ ପ୍ରବେଶ କରିଥାଏ। ଫଳରେ ଗ୍ୟାଷ୍ଟ୍ରିକ ସମସ୍ୟା ହୋଇଥାଏ। ଚୁଇଙ୍ଗମ ବଦଳରେ ଗୁଜୁରାତି ଖାଇ ପାରିବେ।
ଯେଉଁମାନଙ୍କର ହଜମ ଓ ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ରହିଛି ସେମାନେ କଞ୍ଚା ପିଆଜ ଖୁବ ମାତ୍ରାରେ ସେବନ କରିବା ଉଚିତ। ନଚେତ୍‌‌ ଏହା ଗ୍ୟାଷ୍ଟ୍ରିକ ସମସ୍ୟାକୁ ବୃଦ୍ଧି କରିଥାଏ।
ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ ସମସ୍ୟା ରହିଛି, ସେମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସଠିକ୍‌‌ ସମୟରେ ସେଓ ଓ ଅନ୍ୟାନ୍ୟ ଫଳ ସେବନ କରି ପାରିବେ।

 

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories