ଭୁବନେଶ୍ବର : ଭୁବନେଶ୍ୱର ଦୀପାଳି ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତି ମଧ୍ୟରେ ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଭିସେରା ଫୋରେନସିକ ଲ୍ୟାବ୍କୁ ପଠାଯାଇଛି। ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ତାଙ୍କ ପରିବାର ଲୋକ, ସାଙ୍ଗସାଥୀ ଓ ପୁରୁଷବନ୍ଧୁଙ୍କୁ ମିଶାଇ ୧୧ରୁ ଅଧିକ ଲୋକଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ପଚରାଉଚରା କରିଛି। ସୂଚନାଯୋଗ୍ୟ, ଗତ ଶନିବାର ହୋଟେଲ ରୁମ ଭିତରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।
Popular Categories



