www.samajalive.in
Friday, December 5, 2025
20.1 C
Bhubaneswar

ସ୍ୱାମୀଙ୍କୁ କଳା କହିଲେ ହୋଇପାରିବ ଛାଡପତ୍ର – କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ଏକ ବିଚାରରେ କହିଛନ୍ତି, ଜଣେ ପତ୍ନୀ ସ୍ୱାମୀଙ୍କୁ କଳା ବୋଲି କହି ଅପମାନିତ କରିବା ଏକ ନିଷ୍ଠୁରତା। ଏହି କାରଣରୁ ଛାଡପତ୍ର ଦିଆଯାଇପାରେ। ଏହି ମନ୍ତବ୍ୟ ଦେଇ ହାଇକୋର୍ଟ ଏକ ଦମ୍ପତିଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। କୋର୍ଟ କହିଛନ୍ତି ଯେ ,ରେକର୍ଡରେ ଥିବା ସମସ୍ତ ତଥ୍ୟ ଅନୁସନ୍ଧାନ କରିବା ପରେ କୋର୍ଟ ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ପତ୍ନୀ ତାଙ୍କ ସ୍ୱାମୀଙ୍କୁ କଳା ବୋଲି କହି ଅପମାନିତ କରୁଥିଲେ ଏବଂ ସେଥିପାଇଁ ସେ ଅନ୍ୟ କୌଣସି କାରଣ ବିନା ତାଙ୍କ ଠାରୁ ଅଲଗା ରହୁଥିଲେ।
କଳା କହିବା ଏକ ନିଷ୍ଠୁରତା। ଏହା ପରେ ହିନ୍ଦୁ ବିବାହ ଆଇନର ଧାରା ୧୩ (ଆଇ) (ଏ) ଅନୁଯାୟୀ ହାଇକୋର୍ଟ ଏହି ଦମ୍ପତିଙ୍କୁ ଛାଡପତ୍ର ପ୍ରଦାନ କରିଥିଲେ। ଖବର ଅନୁଯାୟୀ, ଏହି ଦମ୍ପତି ୨୦୦୭ ମସିହାରେ ବିବାହ କରିଥିଲେ ଏବଂ ଉଭୟଙ୍କର ଗୋଟିଏ ଝିଅ ଅଛି। ୨୦୧୨ ମସିହାରେ ସ୍ୱାମୀ ବେଙ୍ଗାଲୁରୁର ଏକ ପରିବାର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।
ହାଇକୋର୍ଟ କହିଛନ୍ତି ଯେ, ତାଙ୍କ ଶରୀରର ରଙ୍ଗ ହେତୁ ପତ୍ନୀ ତାଙ୍କୁ ଅନେକ ସମୟରେ ଅପମାନିତ କରୁଥିଲେ, କିନ୍ତୁ ଝିଅ ହେତୁ ସ୍ୱାମୀ ତାଙ୍କ ଅପମାନକୁ ସହ୍ୟ କରି ଆସୁଥିଲେ। ମହିଳା ଜଣକ ଆଇପିସିର ଧାରା ୪୯୮ଏ ଅନୁଯାୟୀ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଥିଲେ। ଘରୋଇ ହିଂସା ଅଧିନିୟମ ଅନୁଯାୟୀ ଏକ ମାମଲା ଦାୟର କରିଥିଲେ ଏବଂ ତାଙ୍କ ଶିଶୁ କନ୍ୟା ସହିତ ତାଙ୍କ ପିତାମାତାଙ୍କ ସହ ରହୁଥିଲେ। ତେବେ ମହିଳା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସ୍ୱାମୀ ଏବଂ ତାଙ୍କ ପରିବାର ତାଙ୍କ ସହ ଅସଦାଚରଣ କରିଛନ୍ତି।

୨୦୧୭ ମସିହାରେ ପରିବାର କୋର୍ଟ ଉଭୟଙ୍କ ଛାଡପତ୍ର ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ସ୍ୱାମୀ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଛାଡପତ୍ରକୁ ଅନୁମୋଦନ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories