ବୌଦ୍ଧ : ବୌଦ୍ଧ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୩୫ ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ କରକମଳରେ ଜ୍ଞାନ ଦୀପ ପ୍ରଜ୍ବଳିତ ହୋଇଥିଲା । ଏହି ଉତ୍ସବରେ ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ୱର ବେହେରା, ବିଦ୍ୟାଳୟର ସଭାପତି ରାଜ କିଶୋର ମହାରଣା,ସମ୍ପାଦକ ସାର ପ୍ରଧାନ, ସହ ସଂପାଦକ ସନ୍ତୋଷ ପୁରୋହିତ, ରାଜ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ପ୍ରାକ୍ ଶିଶୁ , ଶିଶୁ, ବାଲ୍ ଓ କିଶୋର ବର୍ଗରେ ବିଜ୍ଞାନ ବିଭାଗରେ ୧୨୩ ଟି ଓ ଗଣିତ ବିଭାଗରେ ୧୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଶିଶୁ ଭାଇ ଭଉଣୀ ମାନଙ୍କୁ ବିଜ୍ଞାନ ଓ ଗଣିତର ଗୁରୁତ୍ଵ ସହ ଭବିଷ୍ୟତରେ କିଭଳି ଜଣେ ଜଣେ ବୈଜ୍ଞାନିକ ହେବେ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ସ୍ତରରେ ଚୟନ ହୋଇଥିବା ଶିଶୁ ଭାଇ ଭଉଣୀ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଯୋଗଦାନ କରିବେ। ଶେଷରେ ସମ୍ପାଦକ ସାର ପ୍ରଧାନ ଧନ୍ୟବାଦ୍ ପ୍ରଦାନ କରିଥିଲେ
Comments are closed.