www.samajalive.in
Saturday, December 13, 2025
15.1 C
Bhubaneswar

ବିହଙ୍ଗମ ଯୋଗ ସଂସ୍ଥାର ସଂକଳ୍ପ ଯାତ୍ରାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ସମ୍ବଲପୁର: ବିହଙ୍ଗମ ଯୋଗ ସନ୍ଥ ସମାଜର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ଡିସେମ୍ବର ୧୭ ଓ ୧୮ ତାରିଖ ଦିନ ବାରାଣାସୀର ଉମରହାଁ ସ୍ୱର୍ବେଦ ମହାମନ୍ଦିର ଧାମରେ ପାଳିତ ହେବାକୁ ଥିବା ‘ଶତାବ୍ଦୀ ସମାରୋହ ମହୋତ୍ସବ’ ପାଇଁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବାହାରିଥିବା ସଂକଳ୍ପ ଯାତ୍ରା ଆଜି ସମ୍ବଲପୁରରେ ପହଞ୍ଚିଛି। ସ୍ଥାନୀୟ ମୁଦିପଡ଼ା ଛକ ଠାରେ ଯାତ୍ରାକୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଡକ୍ଟର ରାଧାନାଥ ରଥ କମ୍ୟୁନିଟି ସେଣ୍ଟରକୁ ପାଛୋଟି ନିଆଯାଇଥିଲା। ସେଠାରେ ସନ୍ଥ ପ୍ରବର ଶ୍ରୀ ବିଜ୍ଞାନ ଦେବଜୀ ମହାରାଜ ସଙ୍ଗୀତମୟ ଜୟ ସ୍ୱର୍ବେଦ କଥା ପରିବେଷଣ କରିଥିଲେ। ଏଥିରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ବିହଙ୍ଗମ ଯୋଗ ସଂସ୍ଥାର ପ୍ରଧାନ ସଦ୍‌‌ଗ୍ରନ୍ଥ ‘ସ୍ୱର୍ବେଦ’ର ଓଡିଆ ସଂସ୍କରଣ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପଦ୍ମଶ୍ର୍ରୀ ସମ୍ମାନାଳଙ୍କୃତ ବିଶ୍ୱ ପ୍ରସିଦ୍ଧ ‘ରଙ୍ଗବତୀ’ ଗୀତର ରଚୟିତା ମିତ୍ରଭାନୁ ଗୌନ୍ତିଆ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍‌‌.ନାଗରାଜୁ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଆବାହକ ସଞ୍ଜୟ ପଣ୍ଡା ଓ ଅନାମିକା ପଣ୍ଡା ସଂସ୍ଥାର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ‘ସ୍ୱର୍ବେଦ’ ଗ୍ରନ୍ଥକୁ ଓଡିଆ ଭାଷାରେ ଅନୁବାଦ କରିଥିବା କ୍ଷେତ୍ରମଣୀ ବିଭାର ଓ ଅକ୍ଷର ସଜ୍ଜା କରିଥିବା ସୁନୀତା ପଣ୍ଡାଙ୍କୁ ସଂସ୍ଥା ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ସମ୍ବଲପୁର ପୌର ପରିଷଦର ପୂର୍ବତନ ନଗରପାଳ ଗିରିଶ ପଟେଲ, ଶିକ୍ଷାବିତ ପ୍ରଫେସର ଶଙ୍କର ପ୍ରସାଦ ପତି, ପ୍ରଫେସର ସେବକ ତ୍ରିପାଠୀ, ଅରବିନ୍ଦ ମହାପାତ୍ର, ରାଜେନ୍ଦ୍ର କୁମାର ପଣ୍ଡା, ଆଇଆଇଏମ୍‌‌ର ସହକାରୀ ପ୍ରଫେସର ସୁଜିତ ପୃଷେଠ, ଆଇନଜୀବୀ ଦୀନଦୟାଲ ଅଗ୍ରୱାଲ, ସମାଜସେବୀ ଉଦ୍ଧବ ମହାପାତ୍ରଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories