www.samajalive.in
Saturday, December 13, 2025
15.1 C
Bhubaneswar

ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କୁ ସହାୟତା

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ କଳାମାଟି ପଞ୍ଚାୟତର କଦମପଡ଼ା ନିବାସୀ ପରଦେଶୀ ନନ୍ଦ (୭୮) ଅନେକ ବର୍ଷ ହେବ ପକ୍ଷାଘାତରେ ଆକ୍ରାନ୍ତ ରହିଛନ୍ତି। ତାଙ୍କର ଧର୍ମପତ୍ନୀ ଭୂମି ନନ୍ଦ ମଧ୍ୟ ବାର୍ଦ୍ଧକ୍ୟ ଜନିତ ଯନ୍ତ୍ରଣାରୁ ଆଉ ଦିନ ମଜୁରିଆ ରୂପେ କାର୍ଯ୍ୟ କରି ପାରୁ ନ ଥିବାରୁ ସେମାନେ ଆର୍ଥିକ ଅଭାବ ମଧ୍ୟରେ ଗତି କରୁଛନ୍ତି। ସେମାନେ ରହୁଥିବା ଚାଳ ଘର ମଧ୍ୟ ଲାଗାଣ ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଥିବା ବେଳେ ସେମାନେ ଦୈନନ୍ଦିନ ସମସ୍ୟା ସହିତ କଷ୍ଟରେ ଜୀବନଯାପନ କରୁଛନ୍ତି। ସେମାନଙ୍କର ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ମାଁ ସମଲେଇ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରବିବାର ଏହି ବୃଦ୍ଧ ଅସହାୟ ଦମ୍ପତ୍ତିଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥି ସହ ସୋମବାର ପ୍ରଶାସନ ନିକଟକୁ ଯାଇ ସେମାନଙ୍କର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଟ୍ରଷ୍ଟ ପକ୍ଷରୁ ଉଦ୍ୟମ କରାଯିବ ବୋଲି ନିର୍ଭର ପ୍ରତିଶୃତି ପ୍ରଦାନ କରାଯାଇଛି। ଏହି ମାନବୀୟ ସେବା କାର୍ଯ୍ୟରେ ନିଶିକାନ୍ତ ବିଶ୍ୱାଳ, ଆଲୋକ ମହାକୁର, ଆଶିଷ ସାହୁ, କାହ୍ନୁ ଚରଣ ଷଡଙ୍ଗୀ, ସବିତା ଆଚାର୍ଯ୍ୟ, କବିତ ପୁରୋହିତ, ଦିପିକା ପ୍ରଧାନ ଓ ବିରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories