www.samajalive.in
Tuesday, December 9, 2025
17.1 C
Bhubaneswar

ଯୋଗ ଓ ଅହିଂସା ହିଁ ସୁସ୍ଥ ଜୀବନର ମାଧ୍ୟମ

ସମ୍ବଲପୁର: ରବିବାର ସମ୍ବଲପୁର ପବ୍ଲିକ ଲାଇବ୍ରେରି ଠାରେ ରାଷ୍ଟ୍ରଗଠନ ରେ ଯୁବପ୍ରସ୍ତୁତି ଧାରାବାହିକ ପ୍ରଶିଷଣ ଶିବିର ର ଅଷ୍ଟାଦଶ ସପ୍ତାହ ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଚି। ମା ଵାଗଦେବୀ ଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ଆଜି ପ୍ରଶିକ୍ଷକ ପ୍ରାକ୍ତନ ଅଧ୍ୟକ୍ଷ ଡ଼. ମୀନକେତନ ପାଠୀ ଅହିଂସା ଉପରେ ତାଙ୍କର ଶିକ୍ଷାଦାନ ଆରମ୍ଭ କରି ମହାତ୍ମାଗାନ୍ଧୀ ଓ ବହୁ ମହାପୁରୁଷଙ୍କ ଜୀଵନୀ ରେ ଅହିଂସା ର ପ୍ରଭାବ ଉପରେ ବ୍ୟାଖ୍ୟା କରି ଛାତ୍ରଛାତ୍ରୀ ମାନେ ଅହିଂସା ଭାବ ପୋଷଣ କରିବାକୁ ଆହ୍ୱାନ ଦେଇଥିଲେ। ଦ୍ଵତୀୟ ଅଧିବେଶନ କୁ ଆରମ୍ଭ କରି ଖ୍ୟାତନାମା ଡାକ୍ତର ତଥା ଯୋଗଗୁରୁ ଡାକ୍ତର ଜୟଦେବ ମେହେର ଓ ତାଙ୍କ ସହଯୋଗୀ ମାନେ ଦୈନଦିନ ଜୀବନ ରେ ଯୋଗ ର ଆବଶ୍ୟକତା ଉପରେ ଆଲୋଚନା କରି ଯୋଗ ର ବିଭିନ୍ନ ମୁଦ୍ରା ସବୁ ପ୍ରଦର୍ଶନ କରି ପିଲାଙ୍କୁ ସାମିଲ କରିଥିଲେ। କାର୍ୟ୍ୟକ୍ରମ ର ସଂଯୋଜକ ଶ୍ରୀ ରାଜେନ୍ଦ୍ର ପଣ୍ଡା ସମଗ୍ର ବ୍ୟବସ୍ଥା କୁ ସଞ୍ଚାଳନ କରିଥିବାବେଳେ ପିଲାଙ୍କୁ ପ୍ରେରଣା ଦେବାପାଇଁ ପ୍ରୋ. ଆଦିତ୍ୟ ପ୍ରସାଦ ପାଢ଼ୀ, ପ୍ରୋ ଶଙ୍କର ପ୍ରସାଦ ପତି,ସମ୍ପାଦକ ରଘୁନାଥମିଶ୍ର,ଶିକ୍ଷାବିଡ,ଶିବ ଶଙ୍କର ଷଡ଼ଙ୍ଗୀ, ପ୍ରୋ.ରବିନାରାୟଣ ମିଶ୍ର, ପ୍ରୋ.ସଚିନ୍ଦ୍ର କୁ.ମିଶ୍ର, ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା, ସ୍ୱତନ୍ତ୍ର ଅତିଥି ଭାବେ କ୍ଷୁଦ୍ର ଓ ମଧ୍ୟମ ଶବଦ ପତ୍ର ର ଉପସଭାପତି ରବି ରଥ, ଡ଼. ଅଶୋକ ହୋତା, ଯୋଗ ପ୍ରଶିକ୍ଷକ ମଧୁରାଜ ନାୟକ, ଡ଼. ସୁଷମା ଦାସ, ଲିପି ପ୍ରଧାନ, କୁମାରୀ ରାଜେଶ୍ୱରୀ ଓ ସହାୟତା ପ୍ରଦାନ କରିଥିଲେ। ଆଜିର ପ୍ରଶିକ୍ଷଣ ଶିବିର ରେ ମୋଟ ୧୩ ଟି ହାଇସ୍କୁଲ ରୁ ୨୫ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ଶେଷର ଧନ୍ୟବାଦ ଓ ଜାତୀୟ ସଙ୍ଗୀତ ପରେ କାର୍ୟ୍ୟକ୍ରମ ଶେଷ ହେଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories