www.samajalive.in
Monday, December 15, 2025
26.1 C
Bhubaneswar

ଆମେରିକା ଏବଂ ଚୀନ୍ ବଦଳରେ କାହିଁକି ଭାରତର ଅର୍ଥବ୍ୟବସ୍ଥା ହେବ ସୁଦୃଢ- ଆଇଏମ୍‌ଏଫ୍‌ ଏବଂ ଗୋଲ୍ଡମେନ୍‌ ସେଚ୍‌ ଦେଲେ ଏହାର ତଥ୍ୟ

ନୂଆଦିଲ୍ଲୀ – ଭାରତ ଆର୍ଥିକ ଭାବରେ ଲଗାତର ସୁଦୃଢ ହେବାରେ ଲାଗିଛି । ଆସନ୍ତା ଦଶକରେ ଏହାର ଅର୍ଥ ବ୍ୟବସ୍ଥା ଆହୁରି ସୁଦୃଢ ହେବ ।୨୦୧୪ ବେଳକୁ ଭାରତ ବିଶ୍ୱର ଦଶମ ଆର୍ଥିକ ଭାବେ ସୁଦୃଢ ଦେଶ ଥିଲା । ୨୦୧୭ରେ ଏହା ଷଷ୍ଠ ସ୍ଥାନକୁ ଆସିଥିଲା । ୨୦୨୧ରେ ଭାରତ ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚିଛି । ୨୦୨୭ ମସିହାରେ ଏହା ତୃତୀୟ ସ୍ଥାନରେ ପହଞ୍ଚିବ । ଭାରତ ଆଗରେ କେବଳ ଚୀନ୍‌ ଏବଂ ଆମେରିକା ରହିବେ ।

ଚୀନର ଅର୍ଥନୀତି ୧୯.୩୭୩ ଟ୍ରିଲିୟନ ଆମେରିକୀୟ ଡଲାରର । ୨୦୨୮ ବେଳକୁ ଏହା ୨୭.୪ ଟ୍ରିଲିୟନ ଆମେରିକୀୟ ଡଲାରେ ପହଞ୍ଚିବ । ୨୦୭୫ ବେଳକୁ ଏହା ୫୭ ଟ୍ରିଲିୟନରେ ପହଞ୍ଚିଥିବ ବୋଲିଅନୁମାନ କରାଯାଇଛି । ଆହର ଅର୍ଥନୀତି ପ୍ରାୟ ୩ ଗୁଣ ବଢିଯିବ । ଆମେରିକାର ଅର୍ଥନୀତି ଦୁଇ ଗୁଣ ବୃଦ୍ଧି ପାଇବ । ଏହା ୫୧.୫ ଟ୍ରିଲିୟନ ଡଲାରର ପହଞ୍ଚିବ । ଏବେ ଆମେରିକା ୨୬.୮୮୫ ଆରବ ଡଲାର ସହ ପ୍ରଥମ ସ୍ଥାନରେ ରହିଛି । ୨୦୭୫ ବେଳକୁ ଏହା ତୃତୀୟ ସ୍ଥାନରେ ରହିଥିବ । ଭାରତର ଅର୍ଥନୀତି ଏବେ ୩.୭୩୭ ଟ୍ରିଲିୟନ ଡଲାରରେ ରହିଛି । ୨୦୨୮ ବେଳକୁ ଏହା ୫.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ । ୨୦୭୫ ବେଳକୁ ଏହା ୫୨.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି । ଭାରତର ଅର୍ଥନୀତ ପ୍ରାୟ ୧୪ ଗୁଣ ବଢିଯିବ ।

- Advertisement -

ଏବେ ରେଟିଙ୍ଗ୍‌ ଦେଉଥିବା ସଂସ୍ଥା ଆମେରିକାର ରେଟିଙ୍ଗରୁ ଏଏଏ ରୁ ହ୍ରାସ କରି ଏଏ+ ଦେଇଛି । ଚୀନ୍‌ ମଧ୍ୟ ଭାରତ ପ୍ରତି ଭୟ କରୁଛି । ଭାରତ ଅନୁମାନଠାରୁ ଅଧିକ ବାକାଶ କରିବ ବୋଲି ଚୀନ୍‌ ଚିନ୍ତା କରିଛି । ୟୁରୋପୀୟ ଦେଶମାନେ ଚୀନ୍‌ ଠାରୁ ଆମଦାନୀ କରିବା ହ୍ରାସ କରିଛନ୍ତି ।

ମାର୍ଗନଷ୍ଚେନଲୀ ଭାରତର ସ୍ଥାନକୁ ଓଭରବେଟ୍‌ କରିଛି । ଏବେ ମେକେଇନ୍‌ଇଣ୍ଡିଆ ଏବଂ ଅନ୍ୟ ବୈଦେଶିକ ଉଦ୍ୟୋଗ ଭାରତରେ ନିବେଶ ବୃଦ୍ଧି କରିଥିବାରୁ ଏହାର ଆହୁରି ଦ୍ରୁତ ବିକାଶ ହେବ ବୋଲି ଅନୁମାନ କରାଯାଇଛି ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories