www.samajalive.in
Sunday, December 14, 2025
23.1 C
Bhubaneswar

ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

ପାତ୍ରପୁର : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ (ଏୟୁପିଟିଏଫ୍)ର ଆହ୍ୱାନ କ୍ରମେ ପାତ୍ରପୁର ବ୍ଲକର ସମସ୍ତ ବର୍ଗର ଶିକ୍ଷକମାନଙ୍କ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।  ଶିକ୍ଷକ- ଶିକ୍ଷୟିତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଯାଇ କିଛି ସମୟ ଧାରଣାରେ ବସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ଗ୍ରହଣ କରିଥିଲେ।
ଦାବିଗୁଡ଼ିକ ମଧ୍ୟରେ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା, ଏକ୍ସକ୍ୟାଡର ଶିକ୍ଷକମାନଙ୍କୁ କ୍ୟାଡରଭୁକ୍ତ କରି ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରାଯିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ବେତନ ଲେଭେଲ୍ ୯ ଗ୍ରେଡ୍‌ ପେ’ ୪୨୦୦ ଅନୁଯାୟୀ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃପ୍ରଚଳନ କରାଯିବା ଆଦି ରହିଛି। ୧୬ ଅଗଷ୍ଟ ପୂର୍ବରୁ ସରକାର ଶିକ୍ଷକଙ୍କ ନାଯ୍ୟ ଦାବି ବିଷୟରେ କିଛି ପଦକ୍ଷେପ ନ ନେଲେ ସେଦିନଠାରୁ ସାମୂହିକ ଛୁଟି ନେଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇ ଥିବା ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ସଭପତି ରାଜେଶ ମହାନ୍ତି ପ୍ରକାଶ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଟୁଟୁ ପ୍ରଧାନ,ନିଶାମଣି ପ୍ରଧାନ, ପ୍ରଫୁଲ୍ଲ। ପାଢ଼ୀ,ବେଣୁ ଗୋପାଳ ପାଢ଼ୀ,ସୁଜାତା ବେହେରା,ଅନନ୍ତ ନାୟକଙ୍କ ସମେତ ପାତ୍ରପୁର ବ୍ଲକର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories