www.samajalive.in
Sunday, December 7, 2025
18.1 C
Bhubaneswar

ଜ୍ୟୋତି, ଅଦିତି ଓ ପ୍ରଣୀତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନସିପ୍‌‌ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ଭାରତୀୟ ତୀରନ୍ଦାଜୀ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି। ଏକ ଟ୍ୱିଟ୍‌‌ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଭାରତ ପାଇଁ ଏକ ଗୌରବର ମୁହୂର୍ତ୍ତ । ପ୍ରତିଯୋଗୀମାନଙ୍କ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବ ଏହି ବିଜୟ ଆଣିଦେଇଛି ।

ସୂଚନାଯୋଗ୍ୟ  ଜର୍ମାନୀର ବର୍ଲିନରେ ଆୟୋଜିତ ବିଶ୍ବ ତୀରନ୍ଦାଜୀ ଚମ୍ପିଆନସିପରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛି । ମହିଳା ଦଳଗତ କମ୍ପାଉଣ୍ଡ ବିଭାଗରେ ଜ୍ୟୋତି ସୁରେଖା ବର୍ମା, ଅଦିତି ସ୍ବାମୀ ଓ ପ୍ରଣୀତ କୌର ଫାଇନାଲରେ ମେକ୍ସିକୋକୁ ୨୩୫- ୨୨୯ ପଏଣ୍ଟରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଇଟାଲି ପ୍ରଶିକ୍ଷକ ସର୍ଗିତ ପାଙ୍ଗିଙ୍କ ପ୍ରଶିକ୍ଷଣରେ ଭାରତୀୟ ମହିଳା ତୀରନ୍ଦାଜୀ ଦଳ ଏହି ସଫଳତା ପାଇଛନ୍ତି।​‌ ​ଜ୍ୟୋତି ସୁରେଖା ବର୍ମା,ଅଦିତି ସ୍ବାମୀ ଓ ପ୍ରଣୀତ କୌର ୫୯-୫୭, ୫୯-୫୮, ୫୯-୫୭ ଓ ୫୮-୫୭ରେ ଜିତିବାରେ ସଫଳ ହୋଇଥିଲେ। ଭାରତୀୟ ଦଳ ପ୍ରଥମରୁ ଦୁଇ ପଏଣ୍ଟ, ଦ୍ବିତୀୟରେ ୧ , ୩ୟରେ ୨ ଓ ୪ର୍ଥରେ ୧ ପଏଣ୍ଟ ହାସଲ କରିଥିଲେ। ୧୭ ବର୍ଷୀୟା ଅଦିତି ନିକଟରେ ୧୮ ବର୍ଷରୁ କମ୍‌ ବିଶ୍ବ ତୀରନ୍ଦାଜୀ ପ୍ରତିଯୋଗିତାର ବ୍ୟକ୍ତିଗତ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ।୧୮ ବର୍ଷୀୟା ପ୍ରଣୀତ ୨୦୨୧ରେ ୧୮ ବର୍ଷରୁ କମ୍‌ ଓ ୨୦୨୩ରେ ୨୧ ବର୍ଷରୁ କମ୍‌ ବିଶ୍ବ ତୀରନ୍ଦାଜୀ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ୨୭ ବର୍ଷୀୟା ସୁରେଖାଙ୍କ ଏହା ପ୍ରଥମ ସ୍ବର୍ଣ୍ଣ ପଦକ। ୨୦୨୧ରେ ଜ୍ୟୋତି ବ୍ୟକ୍ତିଗତ ମହିଳା ଓ ଦଳଗତ ବିଭାଗରେ ବିଶ୍ବ ତୀରନ୍ଦାଜୀରେ ଦୁଇଟି ରୌପ୍ୟ ପଦକ ଜିତିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories