www.samajalive.in
Sunday, December 7, 2025
16.1 C
Bhubaneswar

ରବିବାର ୫୦୮ ରେଳ ଷ୍ଟେସନର ପୁନଃର୍ନିମାଣ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ଏକ ଐତିହାସିକ ପଦକ୍ଷେପ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ  ଅଗଷ୍ଟ ୬ତାରିଖ ରବିବାର ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଶିଳାନ୍ୟାସ କରିବେ ।

ଅତ୍ୟାଧୁନିକ ସାଧାରଣ ପରିବହନ ସେବା ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ ଅନେକ ସମୟରେ ଜୋର ଦେଇ ଆସୁଛନ୍ତି। ରେଳବାଇ ସମଗ୍ର ଦେଶରେ ଲୋକଙ୍କ ପରିବହନର ପସନ୍ଦଯୋଗ୍ୟ ମାଧ୍ୟମ ବୋଲି ଉଲ୍ଲେଖ କରି ସେ ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଦୃଷ୍ଟିକୋଣ ଅନୁଯାୟୀ ସାରା ଦେଶରେ ୧୩୦୯ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଥିଲା ।

- Advertisement -

ଏହି ଯୋଜନାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୫୦୮ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଉଛି । ୨୪,୪୭୦ କୋଟିରୁ ଅଧିକ ମୂଲ୍ୟରେ ଏହି ଷ୍ଟେସନଗୁଡ଼ିକର ପୁନଃ ର୍ନିମାଣ କରାଯିବ। ସହରର ଉଭୟ ପାର୍ଶ୍ବର ସଠିକ୍ ଏକୀକରଣ ସହିତ ଏହି ଷ୍ଟେସନଗୁଡିକର ବିକାଶ ପାଇଁ “ସିଟି ସେଣ୍ଟର” ଭାବରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛି।

ଏହି ୫୦୮ ଷ୍ଟେସନ ୨୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି, ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୫ଟି କରି, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଆସାମରେ ୩୨, ଓଡିଶାରେ ୨୫, ପଞ୍ଜାବରେ ୨୨, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧, ଝାଡଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮ଟି କରି, ହରିୟାଣାରେ ୧୫, କର୍ଣ୍ଣାଟକରେ ୧୩ ଟି ରହିଛି ।

ଏହି ପୁନଃ ର୍ନିମାଣ ଆଧୁନିକ ଯାତ୍ରୀ ସୁବିଧା ଯୋଗାଇବା ସହିତ ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ୍ ହୋଇଥିବା ଟ୍ରାଫିକ୍ ବ୍ୟବସ୍ଥା, ଇଣ୍ଟର-ମୋଡାଲ୍ ଏକୀକରଣ ଏବଂ ଭଲ ଡିଜାଇନ୍‍ ହୋଇଥିବା ସଙ୍କେତ ନିଶ୍ଚିତ କରିବ । ଷ୍ଟେସନ କୋଠାଗୁଡ଼ିକର ଡିଜାଇନ୍ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ ହେବ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories