www.samajalive.in
Monday, December 15, 2025
15.1 C
Bhubaneswar

ଅଙ୍ଗଦାନ ନିମନ୍ତେ ଶପଥ ନେଲେ ଚିକିତ୍ସକ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ

ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱରରେ ଗୁରୁବାର ଉତ୍ସାହ ଏବଂ ପ୍ରତିବଦ୍ଧତାର ସହିତ ୧୩ତମ ଭାରତୀୟ ଅଙ୍ଗଦାନ ଦିବସ (ଆଇଓଡିଡି) ପାଳିତ ହୋଇଯାଇଛି । ଅଙ୍ଗଦାନ ଏବଂ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ଥିବା ରୋଗୀଙ୍କ ନିମନ୍ତେ ଏହି ଜୀବନ ପ୍ରଦାନକାରୀ ମହତ ଦିବସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏମ୍ସ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏମ୍ସ ଓପିଡି ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିକିତ୍ସକ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ ଅଙ୍ଗଦାନ କରିବାକୁ ଶପଥ ନେଇଥିଲେ । ସେହିପରି ଏମ୍‌ସ ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ଚମତ୍କାର ନାଟ୍ୟାଭିନୟ କାର୍ଯ୍ୟକ୍ରମ ଅଙ୍ଗଦାନର ମହତ୍ତ୍ବ ବିଷୟରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଥିସହିତ ଆକର୍ଷଣୀୟ କଳାଚାତୁରୀ ପ୍ରଦର୍ଶନ କରି ଅଙ୍ଗଦାନ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ବାସ, ଭ୍ରାନ୍ତଧାରଣା ଏବଂ ଅଜ୍ଞତାକୁ ଦୂର କରିବାରେ ସହାୟକ ହୋଇଥିଲା।

- Advertisement -

ଡିନ୍‌ ତଥା ଭାରପ୍ରାପ୍ତ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ପି ଆର୍‌ ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଡି କେ ପରିଡ଼ାଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କ ଅଙ୍ଗଦାନ କିପରି ଏକାଧିକଙ୍କୁ ଜୀବନଦାନ ଦେଇଥାଏ ସେ ସମ୍ପର୍କରେ ଉପସ୍ଥିତ ଅତିଥିବୃନ୍ଦ ଆଲୋକପାତ କରିଥିଲେ ।

ଡ. ସଞ୍ଜୀବ ଭୋଇ (ନ୍ୟୁରୋଲୋଜି), ଡ. ଆଶିଷ ପଟ୍ଟନାୟକ (ନ୍ୟୁରୋ ସର୍ଜରୀ), ଡ. ସଙ୍ଗୀତା ସାହୁ (ଟ୍ରମା ଏବଂ ଜରୁରୀକାଳୀନ ବିଭାଗ), ଡ. ଭାଗିରଥୀ ଦ୍ୱିବେଦୀ (ଶିଶୁରୋଗ), ଡ. ପ୍ରଭାସ ରଂଜନ ତ୍ରିପାଠୀ (ଆନାଟୋମି) ପ୍ରମୁଖ ବରିଷ୍ଠ ଚିକିତ୍ସକମାନେ ଅଙ୍ଗଦାନର ବର୍ତ୍ତମାନ ସମୟରେ ରହିଥିବା ତାତ୍ପର୍ଯ୍ୟପୂର୍ଣ୍ଣ ଆହ୍ବାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସେହିପରି ଡ. ସନ୍ଦୀପ ପଣ୍ଡା (ନେଫ୍ରୋଲୋଜି) ଏବଂ ଡ. ମନୋଜ ଦାସ (ୟୁରୋଲୋଜି) ଏମ୍ସ ଭୁବନେଶ୍ୱରରେ ସଫଳତାରେ ସହିତ ଜାରି ରହିଥିବା କିଡ୍‌ନୀ ପ୍ରତିରୋପଣ ପ୍ରସଙ୍ଗରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। କଲେଜ ଅଫ୍ ନର୍ସିଂର ଡ. ଧରିତ୍ରୀ ସ୍ବାଇଁ ଅଙ୍ଗଦାନ କ୍ଷେତ୍ରରେ ନର୍ସିଂ କେୟାରର ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ।

ଡ. ବ୍ରହ୍ମଦତ୍ତ ପଟ୍ଟନାୟକ (ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି)ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଅତିଥିବୃନ୍ଦ ଏକ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଏକ ସଫଳ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିସହିତ ଅଙ୍ଗଦାନ ଏବଂ ପ୍ରତିରୋପଣକୁ ଉତ୍ସାହିତ କରିବା ନିମନ୍ତେ ଏମ୍ସ ସଦାସର୍ବଦା ପ୍ରତିବଦ୍ଧ ଥିବା ନେଇ ଡ. ବିଶ୍ବାସ ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟଯେ ଏମ୍ସ ଭୁବନେଶ୍ୱର ଏହି କ୍ଷେତ୍ରରେ ବେଶ୍‌ ଉତ୍ସାହଜନକ କାର୍ଯ୍ୟକ୍ରମମାନ ହାତକୁ ନେଇଛି । ଏହି ଜାତୀୟ ଅନୁଷ୍ଠାନରେ ସଫଳତାର ସହିତ ବୃକକ୍ ପ୍ରତିରୋପଣ କାର୍ୟ୍ୟକ୍ରମ ଆରମ୍ଭ ହୋଇସାରିଛି । ସୁଲଭ ମୂଲ୍ୟରେ ହେଉଥିବା କିଡ୍‌ନୀ ପ୍ରତିରୋପଣ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ ନୂତନ ଆଶା ପ୍ରଦାନ କରିଛି । ସେହିପରି ଏମ୍ସ ଭୁବନେଶ୍ୱରରେ ଶୀଘ୍ର କ୍ୟାଡେଭେରିକ୍ ଅଙ୍ଗଦାନ କାର୍ୟ୍ୟକ୍ରମ ଏବଂ ଯକୃତ ପ୍ରତିରୋପଣ ଆରମ୍ଭ ହେବାକୁ ଯାଉଛି । ଯାହାକି ରାଜ୍ୟ ତଥା ପଡ଼ୋଶୀ ରାଜ୍ୟବାସୀଙ୍କୁ ଉପକୃତ କରିବା ସହିତ ଅଙ୍ଗଦାତାଙ୍କୁ ଉତ୍ସାହିତ କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories