www.samajalive.in
Saturday, December 13, 2025
27.1 C
Bhubaneswar

୫-ଟି ସଚିବଙ୍କ ଗସ୍ତକୁ ବିରୋଧ କରିବ କଂଗ୍ରେସ

ଟିଟିଲାଗଡ଼: ଆସନ୍ତା ୬ରେ ରାଜ୍ୟ ୫-ଟି ସଚିବଙ୍କ ଟିଟିଲାଗଡ଼ ଗସ୍ତ ଥିବା ବେଳେ କଂଗ୍ରେସ ଦଳ ଏହାକୁ ତୀବ୍ର ବିରୋଧ କରିବ ବୋଲି ଚେତାବନୀ ଦେଇଛି। ସ୍ଥାନୀୟ ଜଳାରାମ ଲଜ୍ ପରିସରରେ ଦଳର ନଗର ସଭାପତି ଘିନୁ ଆଡ଼ଜୁଆଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ ଯୋଗ ଦେଇ ରାଜ୍ୟରେ ଗଣତନ୍ତ୍ରର ହତ୍ୟା ହୋଇ ଚାଲିଥିବା ଅଭିଯୋଗ କରିଛନ୍ତି। ଦେଶର ଜନତା ସାମ୍ବିଧାନିକ ଵିଧି ବ୍ୟବସ୍ଥା ଅନୁଯାୟୀ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ କରୁଥିବା ପ୍ରତିନିଧିଙ୍କ ଆଉ କୌଣସି କ୍ଷମତା ନାହିଁ। ଏଠାରେ ଅମଲାତନ୍ତ୍ର ଶାସନ ଚାଲିଛି। ରାଜ୍ୟରେ ନିର୍ବାଚିତ ପ୍ରତିନିଧି ବିଧାୟକ, ସାଂସଦ, ମନ୍ତ୍ରୀଙ୍କୁ କ୍ଷମତାଚ୍ୟୁତ କରି ସରକାରୀ ଅଧିକାରୀ ରାଜ୍ କରୁଛନ୍ତି। ଟିଟିଲାଗଡ଼ ବିଧାୟକ କ୍ୟାବିନେଟ ମନ୍ତ୍ରୀ ପଦରେ ଅଧିଷ୍ଠିତ ଥିବା ବେଳେ ଜଣେ ସଚିବ ଏଠାକୁ ଲୋକଙ୍କ ଅଭିଯୋଗ ଶୁଣିବାକୁ ଆସିବେ। ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଘୋର ଅପମାନ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂଭୋଇ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ବିଭିନ୍ନ ସଂଗଠନ ସହ ସଭା କରି କିଏ କଣ ଦାବି କରିବ ତାହା ସୁନିଶ୍ଚିତ କରିଛନ୍ତି। ଏକ୍ଷେତ୍ରରେ ସମସ୍ତ ସଂଗଠନ ଦୀର୍ଘ ୩୧ ବର୍ଷର ଜିଲ୍ଲା ଦାବି ହିଁ ୫-ଟି ସଚିବଙ୍କ ଆଗରେ ରଖନ୍ତୁ ବୋଲି କଂଗ୍ରେସ ନେତା ଆହ୍ୱାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳର ବରିଷ୍ଠ ନେତା ଡମ୍ବରୁ ଛତ୍ରିଆ, ଦେବାନନ୍ଦ ସାହୁ, ବ୍ଲକ ସଭାପତି ବିକାଶ ପାଣିଗ୍ରାହୀ, ତୁଳସୀ ସାହୁ, ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଜ୍ଞାନରଞ୍ଜନ ସରାଫ, ଲିଙ୍ଗରାଜ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories