www.samajalive.in
Wednesday, December 10, 2025
18.1 C
Bhubaneswar

ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ର ୬୪ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଡେସ୍କ: ରାଜ୍ୟରେ ଉନ୍ନତ ମାନର ଶିକ୍ଷାଦାନ ଲାଗି ସୁନାମ ଅର୍ଜନ କରିଥିବା କଟକ ସ୍ଥିତ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ର ୬୪ତମ ପ୍ରତିଷ୍ଠା ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂପାଦକ ସୁମିତା ସରକାର, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୁସ୍ମିତା ସାହୁ, ଉପ ସଂପାଦକ ଡ଼ଃ ଅନୁସ୍ମିତା ସ୍ୱାଇଁ, ପ୍ରାକ୍ତନ ପ୍ରଧାନଶିକ୍ଷକ ଚୌଧୁରୀ ଶରତ ଚନ୍ଦ୍ର ଦାସ, ବିଦ୍ୟାଳୟ ପ୍ରାକ୍ତନ ଛାତ୍ର ସଂସଦ ସଭାପତି ରଞ୍ଜିତାଭ ମହାନ୍ତି ଓ ସଂପାଦକ ଅଶ୍ୱିନୀ କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ରାମାଶିଷ ହାଜରା ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନେ ନିଜ ପ୍ରଜ୍ଞା ଦ୍ୱାରା ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ ପରି ଗୌରବପୂର୍ଣ୍ଣ ବିଦ୍ୟାଳୟର ଗୌରବକୁ ଶିଖରରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ସଂପାଦିକା ଶ୍ରୀମତୀ ସରକାର ବିଦ୍ୟାଳୟ ପରିବାରକୁ ଜନ୍ମଦିନର ଶୁଭକାମନା ଜଣାଇବା ସହ ପରୀକ୍ଷା ନିୟନ୍ତ୍ରକ ସୁସ୍ମିତା ସାହୁ ପରିବର୍ତ୍ତିତ ପରୀକ୍ଷା ପଦ୍ଧତି ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାୟକ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ ସାରା ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ସଦାସର୍ବଦା ନିଜର ସ୍ୱାତନ୍ତ୍ରତା ବଜାୟ ରଖି ଆସିଛି ବୋଲି ପ୍ରକାଶ କରିଥିଲେ। ପିଲାମାନେ ଆତ୍ମବିଶ୍ୱାସୀ ହେବା ସହ କଠିନ ପରିଶ୍ରମ କଲେ ଯେକୌଣସି ଲକ୍ଷ୍ୟକୁ ଛୁଇଁପାରିବେ ବୋଲି ପ୍ରାକ୍ତନ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଦାସ ମତପ୍ରକାଶ କରିଥିଲେ।

- Advertisement -

ପ୍ରାକ୍ତନ ଛାତ୍ରସଂସଦ ସଭାପତି ଓ ସଂପାଦକ ବିଦ୍ୟାଳୟକୁ ସବୁକ୍ଷେତ୍ରରେ ଉନ୍ନତିର ଶିଖରରେ ପହଞ୍ଚାଚାଇବା ନିମନ୍ତେ ସଂସଦ ସମସ୍ତ ସହଯୋଗ ସଦାସର୍ବଦା ଜାରୀ ରଖିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ବିକାଶକଳ୍ପେ ଅଦ୍ଭୁତପୂର୍ବ ସମର୍ଥନ ନିମନ୍ତେ ପ୍ରଧାନଶିକ୍ଷକ ପ୍ରାକ୍ତନ ଛାତ୍ରସଂସଦର ସମସ୍ତ କର୍ମକର୍ତ୍ତା ଓ ବିଦ୍ୟାଳୟର ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀ ତଥା ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶାର ସଭାପତି ଓ ସଂପାଦକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୨୦୨୩ ବାର୍ଷିକ ହାଇସ୍କୁଲ୍‌‌ ପରୀକ୍ଷାରେ ଏ୧ ଗ୍ରେଡ଼୍‌‌ ଲାଭ କରିଥିବା ନଅ ଜଣ ଛାତ୍ରଛାତ୍ରୀ, ନବମ ବାର୍ଷିକ ପରୀକ୍ଷା ଟପ୍ପର ସିପ୍ରା ଶତପଥୀ, ବିଦ୍ୟାଳୟ ପ୍ରତି ଅନନ୍ୟ ସେବା ପାଇଁ ୩୨ ନମ୍ବର ୱାର୍ଡ଼ କର୍ପୋରେଟର ପ୍ରଦୀପ ସାହୁ, ସ୍ଥାନୀୟ ସି.ଆର.ସି.ସି ଶକୁନ୍ତଳା ସାହୁ, ସମସ୍ତ ପ୍ରାକ୍ତନ କର୍ମଚାରୀ,ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବହୁ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଭାଗୀରଥି ପରିଡ଼ା, ଜୟନ୍ତୀ ମାଝୀ, ଆଶାଲତା ବେହେରା, ପୁଷ୍ପିତା ନାୟକ, ଅମ୍ବିକା ପୃଷ୍ଟି, ପ୍ରମିଳା ଜେନା, ସସ୍ମିତା ବେହେରା, ପ୍ରଭାସିନୀ ଦତ୍ତ, ବୀଣାପାଣୀି ସାହୁ, ମଦନ ମୋହନ ବେହେରା, ପ୍ରମୋଦ କୁମାର ପାଲ୍‌‌, ଚୈତନ୍ୟ କୁମାର ନାୟକ, ସୌଭାଗ୍ୟମଞ୍ଜରୀ ମହାପାତ୍ର, ସାଗରିକା ଲେଙ୍କା, ଜ୍ୟୋତିର୍ମୟୀ ସାହୁ, ରାଜକିଶୋର ଚୌଧୁରୀ, ସାଗରୀକା ମହାନ୍ତି, ସୁଦେଷ୍ଣା ଭୂୟାଁ, ଅଫିସ୍‌‌ ସହାୟକ ରଣଜିତ୍‌‌ ଦାସ ଓ ସମସ୍ତ କର୍ମଚାରୀ ସହାୟତା କରିଥିଲେ। ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories