www.samajalive.in
Monday, December 8, 2025
27.1 C
Bhubaneswar

ଲାପଟପ୍ ହେଉ କି କମ୍ପ୍ୟୁଟର, ଯାହା କିଣିବେ ଦେଶୀ: ଆମଦାନୀ ଉପରେ କେନ୍ଦ୍ର ସରକାର ଜାରି କଲେ ପ୍ରତିବନ୍ଧକ

ଡେସ୍କ: ଦେଶରେ ତିଆରି ବିଭିନ୍ନ ଦ୍ରବ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପୂର୍ବରୁ ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଜି ଆଉ ଏକ ବଡ ପଦକ୍ଷେପ ଲାଗୁ କରିଛନ୍ତି। ଲାପଟପ୍, ଟାବଲେଟ୍ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟର ଆମଦାନୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଜାରି କରିଛନ୍ତି। ତୁରନ୍ତ ଏହି ପ୍ରତିବନ୍ଧକ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏକ ବୈଧ ଲାଇସେନ୍ସ ଥିଲେ ଏହି ଦ୍ରବ୍ୟଗୁଡିକର ସୀମିତ ଆମଦାନୀ କରାଯାଇ ପାରିବ। ତେବେ ପୋଷ୍ଟ କିମ୍ବା କୋରିଅର୍ ମାଧ୍ୟମରେ ଇ-କମର୍ସ ପୋର୍ଟାଲରୁ ଗୋଟିଏ ଲାପଟପ୍, ଟାବଲେଟ୍ ଏବଂ ଅଲ-ଇନ୍-ୱାନ କମ୍ପ୍ୟୁଟର ଆମଦାନୀ ପାଇଁ ଆମଦାନୀ ଲାଇସେନ୍ସ ଆବଶ୍ୟକ ହେବ ନାହିଁ।

ଅନ୍ୟପକ୍ଷରେ ଅନୁସନ୍ଧାନ ଏବଂ ବିକାଶ, ପରୀକ୍ଷଣ, ମରାମତି, ଏବଂ ଫେରସ୍ତ ପାଇଁ ପ୍ରତି ଆମଦାନୀର ୨୦ଟି ସାମଗ୍ରୀକୁ ରିହାତି ପ୍ରଦାନ କରାଯିବ।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories